ହିଟ ଆଣ୍ଡ ରନ୍ ପ୍ରତ୍ୟାହାର ଦାବିରେ ପରିବହନ ସଂଘର ଶ୍ରମିକ,ବଢୁଛି ତେଲ ଚିନ୍ତା

ହିଟ ଆଣ୍ଡ ରନ୍ ପ୍ରତ୍ୟାହାର ଦାବିରେ ପରିବହନ ସଂଘର ଶ୍ରମିକ,ବଢୁଛି ତେଲ ଚିନ୍ତା

ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବିରେ ଡ୍ରାଇଭର ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା । ଏହାପରେ ପରିବହନ ଶ୍ରମିକ ସଂଘ ଏହାର ପ୍ରତିବାଦରେ ଆନ୍ଦୋଳନ ଆରମ୍ଭ କରିଛି । ଲାଗୁହେବାକୁ ଥିବା ଏହି ନୂଆ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛି ସଂଘ । ଶ୍ରମିକଙ୍କ ଆନ୍ଦୋଳନ ପାଇଁ ତିନି ଦିନ ହେଲା ପାରାଦୀପରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଠିକ ସେ ପେଟ୍ରୋଲ,ଡିଜେଲ ଯୋଗାଣ ହୋଇପାରୁନି । ଫଳରେ ତେଲ ଟାଙ୍କି ଗୁଡ଼ିକରେ ତେଲର ଅଭାବ ଦେଖାଦେଲାଣି । ଲଗାତାର ଦ୍ୱିତୀୟ ଦିନରେ ଗାଡ଼ିରେ ତେଲ ପକାଇବାକୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଗହଳି ଲାଗିଛି । ଅନ୍ୟପଟେ କଟକର ଅନେକ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଓ ଡିଜେଲ ସରିଯିବା ପରେ ସେମାନେ ନୋ ଫୁଏଲର ପୋଷ୍ଟର ଲଗାଇ ଦେଇଛନ୍ତି । ଲାଗୁହେବାକୁ ଥିବା ଏହି ନୂଆ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛି ସଂଘ ।

author

Related Articles

Leave a Reply

Your email address will not be published. Required fields are marked *