ହିନ୍ଦୀ ଫିଲ୍ମ ‘ ଟ୍ୟୁଏଲଥ ଫେଲ’ କୁ ଜିଏସଟି ମୁକ୍ତ କଲେ ରାଜ୍ୟ ସରକାର

ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଫିଲ୍ମ ‘ ଟ୍ୟୁଏଲଥ ଫେଲ’ (୧୨ଞଐ ୠଇଓଖ ) କୁ ଜିଏସଟି ମୁକ୍ତ କରିଛନ୍ତି ଓଡିଶା ସରକାର । ରାଜ୍ୟରେ ଅଧିକ ସଂଖ୍ୟକ ଲୋକ ଏହି ହିନ୍ଦୀ ଫିଲ୍ମ ଦେଖିବାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପ୍ରତିଷ୍ଠିତ ନିର୍ଦ୍ଦେଶକ ବିଧୂବିନୋଦ ଚୋପ୍ରା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ଅଭିନେତା ବିକ୍ରାନ୍ତ ମସୀ ଚମ୍ବଲର ମନୋଜ ଶର୍ମାଙ୍କ ଭୂମିକା ଗ୍ରହଣ କରୁଛନ୍ତି । କିଭଳି ମନୋଜ ଶର୍ମା ଜଣେ ସଚ୍ଚୋଟ ପୁଲିସ ଅଫିସର (ମହାରାଷ୍ଟ୍ର କ୍ୟାଡ଼ରର ୨୦୦୫ ବ୍ୟାଚ୍ ଆଇପିଏସ୍ ଅଫିସର) ହେଲେ ସେହି ରିଏଲ ଲାଇଫ୍ କାହାଣୀ ଉପରେ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।


ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ହିନ୍ଦି ଫିଲ୍ମକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟରେ ଜିଏସଟିମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ରାଜ୍ୟର ସିନେମା ହଲ୍ ଓ ମଲଟିପ୍ଲେକ୍ସରେ ଏହି ଫିଲ୍ମ ପ୍ରଦର୍ଶନ ପାଇଁ କୌଣସି ଏଂଟ୍ରି ଫି’ ବୃଦ୍ଧି କରିପାରିବେ ନାହିଁ କିମ୍ବା ବିଭିନ୍ନ ବର୍ଗର ସିଟ୍ ଗୁଡ଼ିକର ସଂଖ୍ୟା ମଧ୍ୟ ବଢ଼ାଇ ପାରିବେ ନାହିଁ ବୋଲି ସରକାର ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି । ଏହି ଫିଲ୍ମର ଟିକେଟ୍ ବିକ୍ରି ଉପରେ ରାଜ୍ୟ ଜିଏସଟି ରହିବ ନାହିଁ । ତେଣୁ ଶସ୍ତା ଦରରେ ଏହି ଫିଲ୍ମ ଟିକେଟ୍ ଉପଲବ୍ଧ ହେବ ।

author

Related Articles

Leave a Reply

Your email address will not be published. Required fields are marked *