ହିନ୍ଦୋଳରେ ନିର୍ବାଚନୀ ସରଗମ

ହିନ୍ଦୋଳରେ ନିର୍ବାଚନୀ ସରଗମ

ଢେଙ୍କାନାଳ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍. ଏସି ନିର୍ବାଚନ ଆସନ୍ତା ଏପ୍ରିଲ ୩ ତାରିଖ ରେ ହେବାକୁ ଥିଲାବେଳେ ୩ ପ୍ରମୁଖ ଦଳ ବିଜେଡ଼ି ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋର୍ ରେ ଚାଲିଛି ଭୋଟ ଗ୍ରହଣ ସମୟ ଯେତିକି ପାଖେଇ ଆସୁଛି ରାଜନୀତିକ ବାତାବରଣ ରେ ଉଷ୍ମତା ବଢିବାରେ ଲାଗିଛି। ବିରୋଧି ଭାଜପା ଓ କଂଗ୍ରେସ ବିଜେଡି ସରକାର ଙ୍କ ବିଫଳତା ଓ ବ୍ୟାପକ ଦୁର୍ନୀତିକୁ ମୁଖ୍ୟ ଆୟୁଧ କରିଥିବା ବେଳେ ବିଜେଡି ପକ୍ଷରୁ କେନ୍ଦ୍ର ସରକାର ଓଡ଼ିଶା ପ୍ରତି କରୁଥିବା ବୈମାତୃକ ଭାବ ପ୍ରଦର୍ଶନ ଓ କୌଶଳ ଯୋଜନାରେ ଛାତ୍ରଛାତ୍ରୀ ଙ୍କୁ ନିଯୁକ୍ତି ଦେବା ନାଆଁରେ ମିଥ୍ୟା ପ୍ରତିଶୃତିର ଡ଼ିଡ଼ିମ୍ବକୁ ନେଇ ବିଜେଡିର ନେତା ମାନେ ଘର ଘର ବୁଲି ଅଧ୍ୟକ୍ଷ ପ୍ରାର୍ଥୀ ଓ ୧୬ ଟି କାଉନସିଲର ପ୍ରାର୍ଥୀ ପାଇଁ ପ୍ରଚାର କାର୍ଯ୍ୟ ଚାଲୁ ରଖିଥିବା ଦେଖିବାକୁ ମିଳିଛି। ଶାସକ ବିଜେଡ଼ି ସାଢେ ୪ କୋଟି ଲୋକଙ୍କ ପାଇଁ ଲାଗୁ ହୋଇଥିବା ଲୋକାଭି ମୁଖି ଯୋଜନାର ସଫଳତାକୁ ନେଇ ଭୋଟ ଭିକ୍ଷା କରାଯାଉଥିବା ଦେଖାଯାଉଛି। ଏଥିରେ ଶାସକ ବିଜେଡ଼ିର ସାସଂଦ ମହେଶ ସାହୁ, ସନ୍ଦର ବିଧାୟକ ସୁଧୀର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ, ବିଧାୟକ ସୁଶାନ୍ତ ବେହେରା, ମୁକେଶ ପାଲ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ କୁନା ବିହାରୀ ଦାସ, ଜିଲ୍ଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ,ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ଦେବାଶିଷ୍ ମିଶ୍ର ଓ କାମାକ୍ଷାନଗର ର ନଗର ପାଳ ଧର୍ମାନନ୍ଦ ପରିଡା ପ୍ରମୁଖ ୱାର୍ଡ ବୁଲି ଭୋଟ୍ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ସେହିପରି ଭାଜପା ପକ୍ଷରୁ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ଜିଲ୍ଲା ସାଧାରଣ ସଂପାଦକ ସୁନୀଲ ଶର୍ମା, ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର ପ୍ରମୁଖ ୱାର୍ଡ ବୁଲି ଅଧ୍ୟକ୍ଷା ପ୍ରାର୍ଥୀନୀ ସୌଭାଗିନୀ ପ୍ରଧାନ ଓ ସମସ୍ତ କାଉନ୍ ସିଲର ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ଭିକ୍ଷାରେ ଲାଗି ପଡିଛନ୍ତି।

ଭାଜପା ପକ୍ଷରୁ ରାଜ୍ୟ ସରକାର ଙ୍କର ବିଫଳତା ହିନ୍ଦୋଳ ଏନ୍.ଏସି ରେ ପାନୀୟ ଜଳ ସମସ୍ୟା ସ୍ଥାସ୍ୟ ଓ ଆଲୋକ ବ୍ୟବସ୍ଥା ଠିକ ଭାବେ ହୋଇ ପାରିନଥିବା ସରକାରଙ୍କର ଅପାରଗତା କହି ଭୋଟରଙ୍କୁୁ ପ୍ରଭାବିତ କରୁଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ସରୋଜ ପଟ୍ଟନାଏକ, ନେତୃତ୍ୱରେ ମହିଳା ସଭାପତି ସ୍ମୀତା ରାଣୀ ସାମଲ ବରିଷ୍ଠ କଂଗ୍ରେସ ନେତା ସୁବାସ୍‌ ଚନ୍ଦ୍ର ପାଲ୍, ତ୍ରୀନାଥ ବେହେରା , ସୁନିଲ ଦାସ, ଶିଳ୍ପୀ ଶ୍ରୀ ହରିଚନ୍ଦନ ପ୍ରମୁଖ ଦଳୀୟ ନଗରପାଳ ପ୍ରାର୍ଥୀ ରୀତା ପଲେଇଙ୍କ ସହ ସମସ୍ତ କାଉନସିଲର ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଦୁର୍ନୀତିର ଚରମ ସୀମା ଓ ଉନ୍ନତି କରିବା ନାମରେ ଅର୍ଥ ମଞ୍ଜୁର କରାଇ ଠିକାଦାର ଓ କର୍ମୀଙ୍କୁ କୋଟିପତି ବନାଇବାରେ ସହାୟତା ଦେଉଛି ବୋଲି ଛାମୁଆ ଗାଁ ନେତା ମାନେ ଜନ ସାଧାରଣ ଙ୍କୁ ସଚେତନ କରାଉଛନ୍ତି। ବିଜେପି ଓ ବିଜେଡିର କଳା ଟଙ୍କା ଓ କ୍ଷମତାର ଅପବ୍ୟବହାର କରି ଜିତିବାର ପ୍ରୟାସ ଜାରି ରଖିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି, ଆସନ୍ତା ଏପ୍ରିଲ ୫ତାରିଖ ଦିନ ଭୋଟ ଗଣତି ପରେ ଗଡ଼ କିଏ ଜିତୁଛି ତାହା ଦେଖିବାକୁ ବାକି ରହିଲା ।।

author

Related Articles

Leave a Reply

Your email address will not be published. Required fields are marked *