ହୀରାକୁଦ ଡ୍ୟାମ ଛୁଇଁଲା ସର୍ବୋଚ୍ଚ ଜଳସ୍ତର

ହୀରାକୁଦ ଡ୍ୟାମ ଛୁଇଁଲା ସର୍ବୋଚ୍ଚ ଜଳସ୍ତର

ହୀରାକୁଦ ଡ୍ୟାମ ଛୁଇଁଲା ସର୍ବୋଚ୍ଚ ଜଳସ୍ତର । ଆଜି ଜଳସ୍ତର ୬୩୦ ଫୁଟରେ ପହଁଞ୍ଚିଥିବା ସୂଚନା ରହିଛି । ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି ଆଉ ଏବେ ପାଣିର ସ୍ତର ୬୩୦ ଫୁଟ ରହିଛି । ଏବେ ଡ୍ୟାମ ମଧ୍ୟକୁ ସେକେଣ୍ଡ ପିଛା ୫୬ ହଜାର ୩୯୨ ଘନ ଫୁଟ ଜଳ ପ୍ରବେଶ କରୁଥିବା ସୂଚନା ମିଳିଛି । ୩୭ ହଜାର ୩୩୪ ଘନଫୁଟ ଜଳ କେନାଲ, ଶିଳ୍ପ ଏବଂ ପାୱାର୍ ଦେଇ ନିଷ୍କାସିତ ହେଉଛି। ଉପର ମୁଣ୍ଡରେ ଜଳ ପ୍ରବେଶ ପରିମାଣ କମୁଥିବାରୁ ଓ ବର୍ଷାର ସମ୍ଭାବନା ନ ଥିବାରୁ ଚିନ୍ତାଜନକ ସ୍ଥିତି ଏବେ ଯାଏଁ ଉପୁଜିନି। ଯଦି ଜଳ ପ୍ରବେଶ ପରିମାଣ ବଢ଼େ ତାହେଲେ ପୁଣି ଗେଟ୍ ଖୋଲାଯାଇପାରେ ବୋଲି ମୁଖ୍ୟ ଯନ୍ତ୍ରୀ କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *