‘ହୁ’ ବୋର୍ଡରେ ସାମିଲ ହେବେ ଭାରତୀୟ ବଂଶଜ

‘ହୁ’ ବୋର୍ଡରେ ସାମିଲ ହେବେ ଭାରତୀୟ ବଂଶଜ

‘ହୁ’ ବୋର୍ଡରେ ସାମିଲ ହେବେ ଭାରତୀୟ ବଂଶଜ । ମୂଳ ଭାରତୀୟ ସର୍ଜନ ଜେନେରାଲ ଡକ୍ଟର ବିବେକ ମୂର୍ତ୍ତିଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆମେରିକାର ସଂସଦ ସିନେଟରେ ଏନେଇ ପ୍ରସ୍ତାବ ଦେଇଛନ୍ତି ବାଇଡେନ୍ । ଦ୍ବିତୀୟ ଥର ପାଇଁ ଡକ୍ଟର ବିବେକ ମୂର୍ତ୍ତିଙ୍କ ନାଁ ପ୍ରସ୍ତାବ ଦିଆଯାଇଛି । ଡକ୍ଟର ମୂର୍ତ୍ତିଙ୍କୁ ଡଐଙ ବୋର୍ଡରେ ସାମିଲ କରିବା ପ୍ରସ୍ତାବ ୨୦୨୨ରୁ ହିଁ ପେଣ୍ଡିଙ୍ଗ ରହିଛି । ୨୦୨୧ରେ ୨୧ ତମ ସର୍ଜନ ଜେନେରାଲ ଭାବେ ଡକ୍ଟର ବିବେକ ମୂର୍ତ୍ତିଙ୍କ ନାଁକୁ ମଞ୍ଜୁରୀ ମିଳିଥିଲା । ଡକ୍ଟର ମୂର୍ତ୍ତି ହେଉଛନ୍ତି ଆମେରିକାରେ ଭାରତୀୟ ମୂଳ ଭାବେ ପ୍ରଥମ ସର୍ଜନ ଜେନେରାଲ । ଆମେରିକାରେ ସର୍ଜନ ଜେନେରାଲଙ୍କୁ ଦେଶର ଟପ ଡାକ୍ତର ଭାବେ ଗ୍ରହଣ କରାଯାଏ ।

author

Related Articles

Leave a Reply

Your email address will not be published. Required fields are marked *