ହୁ ହୁ ହୋଇ ଜଳୁଛି ଜଙ୍ଗଲ

ହୁ ହୁ ହୋଇ ଜଳୁଛି ଜଙ୍ଗଲ

ଢେଙ୍କାନାଳ || କାମାକ୍ଷାନଗର

କାମାକ୍ଷାନଗର ପଶ୍ଚିମାଞ୍ଚଳ ବନବିଭାଗ ଅଧିନରେ ଥିବା କଙ୍କଡ଼ାହାଡ଼ ସ୍ଥିତ କନ୍ଧରା ଫରେଷ୍ଟ ବିଟ ଅଧିନରେ କନ୍ଧରା,କଣ୍ଟାପାଳ, ଅଢ଼ାପାଲି, କାଲବୁଧିଆ, କରଡ଼ାପାଳ, କୀର୍ତ୍ତନପୁର,ବାମ,ପଥର ଗଡ,ଫୁଲଝର ସଂରକ୍ଷିତ ଜଙ୍ଗଲ ରହିଥିବାବେଳେ ହେକ୍ଟର ହେକ୍ଟର ସଗ୍ରହିତ ଜଙ୍ଗଲ ଜଳି ଯାଇଛି । ଜଙ୍ଗଲ ଜଳିବା ଦ୍ବାରା ସେହି ନିଆଁରେ ଜଙ୍ଗଲରେ ଥିବା ଗଛ ଲତା, ଔଷଧୀୟ ଗଛ ଜଳିବା ସହିତ ଜୀବ, ଜନ୍ତୁ, ସରୀସୃପ ଜଳିଯାଉଛନ୍ତି ।

କିଛି ଜୀବ ଜନ୍ତୁ ଭୟରେ ହାତୀ ଆଦି ଜୀବ ଗାଁ ମୁହାଁ ହେଉଛନ୍ତି।ବନବିଭାଗ ଖବର ପାଇ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଛି।ହେଲେ ବିଫଳ ହବାରେ ଲାଗିଛି ।କାରଣ – ମହୁଲ ଓ କେନ୍ଦୁପତ୍ର ତୁରାଳି ମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି।ଫରେଷ୍ଟ କର୍ମଚାରୀ କମ୍ ଥିବାରୁ ସେ ନିଆଁ ଲିଭେଇବାରେ ବିଫଳ ହେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *