ହୋଲିରେ କଟକ ରାଜନୀତିରେ ରୋଚକ ଦୃଶ୍ୟ; ଭର୍ତ୍ତୁହରିଙ୍କ ସହ ନଜର ଆସିଲେ ଅନୁଭବ

ହୋଲିରେ କଟକ ରାଜନୀତିରେ ରୋଚକ ଦୃଶ୍ୟ; ଭର୍ତ୍ତୁହରିଙ୍କ ସହ ନଜର ଆସିଲେ ଅନୁଭବ

ଦୋଳ ପୂର୍ଣ୍ଣିମାରେ କଟକ ରାଜନୀତିରେ ନୂଆ ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ବିଜେଡି ଛାଡିଥିବା ଭର୍ତ୍ତୁହରି ମହତାବଙ୍କ ହୋଲି ପାର୍ଟିରେ ନଜର ଆସିଛନ୍ତି ବିଜେଡି ନେତା ଅନୁଭବ ମହାନ୍ତି । କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଆର୍ଶୀବାଦ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ । ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ି ସାରିଥିବା ବେଳେ ଅନୁଭବ ମହାନ୍ତିଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । ଠିକ୍ ଏଭଳି ଏକ ସମୟରେ ଭର୍ତ୍ତୃହରିଙ୍କୁ ଭେଟିଛନ୍ତି ଅନୁଭବ । କଟକରେ ଦୋଳପୂର୍ଣ୍ଣିମା ଅବସରରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଏହି ସମୟରେ ଭର୍ତ୍ତୃହରି ମହତାବଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଦେଇଥିଲେ ଅନୁଭବ ମହାନ୍ତି । ଯଦିଓ ଏହା ଦୋଳପୂର୍ଣ୍ଣିମା ଅବସରରେ ଔପଚାରିକା ଦୃଷ୍ଟିରୁ ଦୁଇ ନେତା ପରସ୍ପରକୁ ଭେଟିଛନ୍ତି, ତଥାପି ସମୟ ଓ ପରିସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *