ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଉପହାର

ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଉପହାର

ୟୁଜର୍ସ ନିଜ ସିକ୍ରେଟ ଚାଟିଂକୁ କରିପାରିବେ ଲକ ଆସିଲା ନୂଆ ‘ଚାଟ ଲକ’ ଫିଚର ହ୍ୱାଟ୍ସଆପ କୁ ପରିଚାଳନା କରୁଥିବା କମ୍ପାନୀ Meta ର CEO ମାର୍କ ଜୁକେରବର୍ଗ ହ୍ୱାଟ୍ସଆପରେ ଚାଟିଂ ଲକ ଫିଚର ଲଞ୍ଚ କରିବାକୁ ସୂଚନା ଦେଇଛନ୍ତି | ଏଣିକି ହ୍ୱାଟ୍ସଆପରେ ଆପଣଙ୍କ ଚାଟିଂ କିମ୍ବା କଲ ସବୁକୁ ସମ୍ପୂର୍ଣ ସୁରକ୍ଷିତ ରହିବ | ଆପଣଙ୍କ ବିନା ଅନୁମତିରେ କେହିବି ଏହାର ଟେର ପାଇବେନି କାରଣ ଏସବୁ ସୁରକ୍ଷିତ ରଖିବାକୁ ଏଥର ହ୍ୱାଟ୍ସଆପରେ ବାୟୋମେଟ୍ରିକ ଫର୍ମୁଲାକୁ ବ୍ୟବହାର କରାଯିବ | ହ୍ୱାଟ୍ସଆପରେ ନୂଆ ଫିଚର ଯୋଡି ହବାକୁ ଯାଉଛି ଯାହା ଆପଣଙ୍କ କଥା ବାର୍ତ୍ତାକୁ ଗୁପ୍ତ ରଖିବ | ଏଥିପାଇଁ ସ୍କ୍ରିନଲକ କରାଯାଉଥିବା ପ୍ରଣାଳୀକୁ ବ୍ୟବହାର କରାଯିବ କୌଣସି ଚାଟିଂ କିମ୍ବା ହ୍ୱାଟ୍ସଆପ କଲ ବା ଚାଟିଂକୁ ସିକ୍ରେଟ ରଖିବାକୁ ଆପଣ ପାସୱାର୍ଡ଼ ବା ଫିଙ୍ଗରପ୍ରିଣ୍ଟ ଦେଇ ଲକ କରିପାରିବେ | ତେଣୁ ଏହାକୁ ଅନଲକ ଆପଣଙ୍କ ବିନା ଅନ୍ୟ କେହି କେରଇପାରିବେ ନାହିଁ | ତେଣୁ ଆପଣଙ୍କସବୁ କଥା ବାର୍ତ୍ତା ଗୋପନ ରହିବ | Meta ର CEO ଜୁକେରବର୍ଗ କହିଛନ୍ତି ଯେ ହ୍ୱାଟ୍ସଆପରେ ଆପଣଙ୍କ କଥା ବାର୍ତ୍ତା ବ୍ୟକ୍ତିଗତ ରହିବ |

ଚାଟଲକ ଫିଚର ୟୁଜର୍ସକୁ ସୁରକ୍ଷାର ଆଉ ଏକ ବଳୟ ମିଳିବା ସହ ନିଜ କଥା ବାର୍ତ୍ତାକୁ ଲୁଚେଇ ରଖିବାକୁ ସୁବିଧା ମିଳିବ | ଏହାକୁ କେବଳ ପାସୱାର୍ଡ଼ ଓ ଫିଙ୍ଗରପ୍ରିଣ୍ଟ ସହାୟତାରେ ଦେଖାଯାଇପାରିବ | ଏହି ଫିଚର ନୋଟିଫିକେସନରେ ମଧ୍ୟ ଆପଣଙ୍କ ଚାଟିଂକୁ ଲୁଚେଇ ରଖିବ ଏହି ଚାଟଲକ ଫିଚର ଆଣ୍ଡ୍ରୋଏଡ ଓ IOS ରେ ଉପଲବ୍ଧ ହେବ | ଏବେ ଜାଣନ୍ତୁ ଆପଣଙ୍କ ଚାଟିଂକୁ କିପରି କରିବେ ଲକ | ସର୍ବେ ପ୍ରଥମେ ଆପଣଙ୍କ ହ୍ୱାଟ୍ସଆପ ରେ କୌଣସି ଚାଟିଂକୁ ଟ୍ୟାପ କରିବାକୁ ପଡିବ | ଏହା ପରେ ଆପଣଙ୍କୁ ଚାଟଲକ ଅଫଶନ ମିଳିବ | ଏହା ଉପରେ କ୍ଲିକ କରିଲେ ଆପଣଙ୍କୁ ଏହି ଫିଚରକୁ ଆକ୍ଟିଭ କରିବାକୁ ପଡିବ | ଏବେ ଲକଚାଟ କୁ ଦେଖିବାକୁ ୟୁଜର୍ସକୁ ନିଜର ଇନବକ୍ସକୁ ତଳକୁ ଡ୍ରାପ କରି ନିଜ ଫୋନର ପାସୱାର୍ଡ଼ ସେଭ ଓ ବାୟୋମେଟ୍ରିକ ପ୍ରମାଣୀ କରଣ କରିବାକୁ ପଡିବ | ଫଳରେ ଆପଣଙ୍କର ଚାଟଲକରେ ଥିବା ମେସେଜ ଇନବକ୍ସରେ ନୁହେଁ ଭିନ୍ନ ଫୋଲ୍ଡରରେ ରହିବ | ଚାଟଲକ ରେ ଆଡ଼ ବ୍ୟକ୍ତିଙ୍କ ମେସେଜ ଓ ନାଁ ଇନବକ୍ସରେ ଦେଖାଯିବନି ବରଂ ସମ୍ପୂର୍ଣ ଗୋପନୀୟ ରହିବ |

author

Related Articles

Leave a Reply

Your email address will not be published. Required fields are marked *