ୟାସିରଙ୍କ ସ୍ଥାନ ନେଲେ ଉଦିତ୍ ନାରାୟଣ

ୟାସିରଙ୍କ ସ୍ଥାନ ନେଲେ ଉଦିତ୍ ନାରାୟଣ

ବଦଳିଲା ରାଜ୍ୟ କଂଗ୍ରେସର ରୂପରେଖ । କଂଗ୍ରେସର ଛାତ୍ର ସଭାପତି ପଦରୁ ହଟିଲେ ୟାସିର ନୱାଜ । ୟାସିରଙ୍କ ସ୍ଥାନ ନେଲେ ଯୁବ ନେତା ଉଦିତ୍ ନାରାୟଣ ପ୍ରଧାନ । ଏବେ ଉଦିତଙ୍କ ନେତୃତ୍ୱରେ ଆଗକୁ ବଢିବେ କଂଗ୍ରେସର ଯୁବ ନେତା । ହଁ ଆଜ୍ଞା, ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଚାଲିଛି ନବକେଳବର । ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଗତ ଦୁଇ ସପ୍ତାହ ପୂର୍ବରୁ ରାଜ୍ୟ କଂଗ୍ରେସର ସମସ୍ତ କମିଟି ଏଆଇସିସି ଭଙ୍ଗ କରିଥିଲେ । ପିସିସି ଭାଙ୍ଗିବା ପରେ ଏପର‌୍ୟ୍ୟନ୍ତ କେଉଁ ନେତା ଓଡିଶାରେ କଂଗ୍ରେସର କମାଣ ସମ୍ଭାଳିବେ ତାହା ସ୍ଥିର ହେଇପାରିନି । ଦିଲ୍ଲୀରେ ଏନେଇ ମାନସମନ୍ଥନ ଚାଲିଥିବାବେଳେ, ନେତାମାନେ ମଧ୍ୟ ନିଜ ନିଜର ଲବି ଚଲାଇଛନ୍ତି । ହେଲେ ଏହାରି ଭିତରେ ଛାତ୍ର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା ହେଇଛି । ଉଦିତ୍ ନାରାୟଣ ପ୍ରଧାନଙ୍କୁ ଓଡିଶା ଛାତ୍ର କଂଗ୍ରେସର ସଭାପତି ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ ଏହି ପଦ ୟାସିର ନୱାଜ ସମ୍ଭାଳୁଥିବା ବେଳେ ଏବେ ତାଙ୍କ ସ୍ଥାନରେ ଏଆଇସିସି ଉଦିତଙ୍କୁ ନିଯୁକ୍ତ କରିଥିବା ସୂଚନା ମିଳିଛିା ତେବେ ରାଜ୍ୟରେ କଂଗ୍ରେସ ବଡ ପରିବର୍ତନ ପାଇଁ ସଜବାଜ ଚଳାଇଥିବା ବେଳେ ଉଦିତଙ୍କ କାନ୍ଧରେ ଛାତ୍ର ସଙ୍ଗଠନ ଦାୟିତ୍ୱ ଦେଇଛନ୍ତି ହାଇକମାଣ୍ଡ । ତେବେ ଉଦିତ୍ ପୂର୍ବରୁ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଟିମରେ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିଲେ । କିନ୍ତୁ ଏବେ ତାଙ୍କୁ ଛାତ୍ର କଂଗ୍ରେସର ନେତୃତ୍ୱ ନେବା ପାଇଁ ସୁଯୋଗ ଦେଇଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ତେବେ ପ୍ରଥମ ପର୍ଯ୍ୟାୟରେ ଛାତ୍ର କଂଗ୍ରେସ ମୁଖିଆ ଘୋଷଣା ହୋଇଥିବା ବେଳେ ଖୁବଶୀଘ୍ର କଂଗ୍ରେସ ମୁଖିଆ ମଧ୍ୟ ଘୋଷଣା ହେବେ ବୋଲି ଏଆଇସିସି ଉଦ୍ୟମ ଚଳାଇଛନ୍ତି । ତେବେ ଦେଖାଯାଉ କାହାକୁ ରାଜ୍ୟ କଂଗ୍ରେସର ଭାର ମିଳୁଛି ଏବଂ କିଏ ରାଜ୍ୟରେ କଂଗ୍ରେସର ଭାଗ୍ୟ ବଦଳାଉଛନ୍ତି ତାହା ଦେଖିବାର କଥା

author

Related Articles

Leave a Reply

Your email address will not be published. Required fields are marked *