ୟୁଏଇରେ ଖୋଲିଲା ପ୍ରଥମ ହିନ୍ଦୁ ମନ୍ଦିର; ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ୟୁଏଇରେ ଖୋଲିଲା ପ୍ରଥମ ହିନ୍ଦୁ ମନ୍ଦିର; ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ୟୁଏଇରେ ଖୋଲିଲା ପ୍ରଥମ ହିନ୍ଦୁ ମନ୍ଦିର । ଆବୁଧାବିରେ ନିର୍ମିତ ଏହି ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।୭୦୦ କୋଟି ଓ ୨୭ଏକର ଜମିରେ ଏହି ମନ୍ଦିର ନିର୍ମିତ ହୋଇଛି । ତେବେ ମନ୍ଦିର ଉଦଘାଟନ ଉତ୍ସବରେ ସାମିଲ ହେବା ସହ ୟୁଏଇ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିଛନ୍ତି ଓ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି ମୋଦୀ । ମନ୍ଦିରର ସମ୍ପୂର୍ଣ୍ଣ ନିର୍ମାଣରେ ଲାଗିଛି କେବଳ ଗୋଲପୀ ରଙ୍ଗ ମାର୍ବଲ ପଥର ୨୭ଏକ ଜମିରେ ମନ୍ଦିର ନିର୍ମିତ କରାଯାଇଛି । ମନ୍ଦିରର ଉଚ୍ଚତା ୧୦୮ଫୁଟ ଓ ୪୦୨ ସ୍ତମ୍ଭ ରହିଥିବାବେଳେ ଏଥିରେ କୌଣସି ପ୍ରକାର ଷ୍ଟିଲ ଓ ଲୁହାର ବ୍ୟବହାର କରାଯାଇନି । ବିଏପିଏସ ସ୍ୱାମୀନାରାୟଣ ସଂସ୍ଥା ୧୯୯୭ର ମନ୍ଦିର ନିର୍ମାଣ ପାଇଁ କଳ୍ପନା କରିଥିଲେ ଓ ୨୦୧୯ରେ ମନ୍ଦିରର ଆଧାରଶିଳା ରଖାଯାଇଥିଲା । ୫ବର୍ଷ ପରେ ନିର୍ମାଣ କାମ ଶେଷ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *