ୟୁପି ପରି ମହାରାଷ୍ଟ୍ରରେ ବି କାମ କରିନି ମୋଦି ମ୍ୟାଜିକ୍

ୟୁପି ପରି ମହାରାଷ୍ଟ୍ରରେ ବି କାମ କରିନି ମୋଦି ମ୍ୟାଜିକ୍

ଚଳିତ ନିର୍ବାଚନରେ ରାଜ୍ୟ ସହ ଦେଶରେ ବି ବିଜେପି ବିଜୟ ଲାଭ କରିଛି । ଦେଶରେ ଏନଡିଏକୁ ବହୁମତ ଥିବା ବେଳେ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି । କିନ୍ତୁ ଗତ ଦୁଇଟି ନିର୍ବାଚନରେ ନିଜ ବଳରେ ବହୁମତ ହାସଲ କରିଥିବା ବିଜେପି ଚଳିତ ଥର ବିଫଳ ହୋଇଛି । ୟୁପି ପରି ମହାରାଷ୍ଟ୍ରରେ ମଧ୍ୟ ବିଜେପିର ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନ ଥିବାବେଳେ, ବିଜେପି କେବଳ ୯ଟି ଆସନ ଜିତିପାରିଛି । ଯେଉଁଠି ଏହାର ସହଯୋଗୀ ଭାଗିଦାରୀ ଶିବସେନା ୭ ଟି ଏବଂ ଏନସିପି ଗୋଟିଏ ସିଟ୍ ଜିତିପାରିଛି । ତେବେ ମୋଟ ଉପରେ ରାଜ୍ୟର ଆସନ ମଧ୍ୟରୁ ଏନଡିଏ ମାତ୍ର ୧୭ଟି ଆସନ ପାଇଥିବା ବେଳେ ଇଣ୍ଡିଆ ମେଣ୍ଟ ୩୦ଟି ଆସନ ହାସଲ କରିଛି ।

author

Related Articles

Leave a Reply

Your email address will not be published. Required fields are marked *