୧ବର୍ଷ ରହିବ ପିଜି ପାଠ୍ୟକ୍ରମ

୧ବର୍ଷ ରହିବ ପିଜି ପାଠ୍ୟକ୍ରମ

ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୟୁଜିସି କରିବାକୁ ଯାଉଛି ବଡ ପରିବର୍ତ୍ତନ । ପିଜି କୋର୍ସ ପାଇଁ ଏକ ପାଠ୍ୟକ୍ରମ ଓ କ୍ରେଡିଟ୍ ଫ୍ରେମୱାର୍କର ଡ୍ରାଫ୍ଟ ପ୍ରସ୍ତୁତି କରିଛନ୍ତି । ପିଜି ବିଷୟରେ ପରିବର୍ତ୍ତନ, ଅଫଲାଇନ୍, ଡିଷ୍ଟାନ୍ସ, ଅନଲାଇନ୍ ଓ ହାଇବ୍ରିଡ୍ ମଡେଲ ସମେତ ଶିକ୍ଷାଦାନର ବୈକଳ୍ପିକ ପଦ୍ଧତିକୁ ବାଛିବାର ସୁବିଧା ମିଳିବ । ୟୁଜିସି ଡ୍ରାଫ୍ଟ ଅନୁସାରେ, ଛାତ୍ରଛାତ୍ରୀ ନୂଆ ପୋଷ୍ଟଗ୍ରାଜୁଏଟ୍ ପ୍ରୋଗ୍ରାମ୍ ୩ଟି ଫର୍ମାଟରେ –ଏକ ବର୍ଷ, ଦୁଇ ବର୍ଷ କିମ୍ବା ୫ ବର୍ଷର ଇଣ୍ଟିଗ୍ରେଟେଡ୍ ପ୍ରୋଗ୍ରାମ୍ କୌଣସି ଗୋଟିଏକୁ ବାଛିପାରିବେ । ୟୁଜିସି ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଏଣିକି ଛାତ୍ରଛାତ୍ରୀ ବର୍ଷକରେ ପିଜି କରିପାରିବେ । ଏଥିପାଇଁ ତାଙ୍କୁ ପିଜି ଡିପ୍ଲୋମା ମିଳିବ । ରିସର୍ଚ୍ଚ ସହ ଅନର୍ସ ଏବଂ ଅନର୍ସ ସହ ୪ ବର୍ଷର ବ୍ୟାଚେଲର ଡିଗ୍ରୀ ପ୍ରୋଗ୍ରାମ୍ ଶେଷ କରୁଥିବା ଛାତ୍ରଙ୍କ ପାଇଁ ବର୍ଷିକିଆ ମାଷ୍ଟର ପ୍ରୋଗ୍ରାମର ବିକଳ୍ପ ରହିବ ।

author

Related Articles

Leave a Reply

Your email address will not be published. Required fields are marked *