୧୦ରେ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବାଜିବ ମୋହର !

୧୦ରେ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବାଜିବ ମୋହର !

ଆସନ୍ତା ୧୦ ତାରିଖ ସକାଳେ ଘୋଷଣା ହୋଇପାରେ ବିଜେପିର କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା । ଏଭଳି କିଛି ସୂଚନା ଦଳୀୟ ସୂତ୍ରରୁ ମିଳିଛି । ୧୦ ତାରିଖ ସକାଳେ ବିଜେପିର ନବ ନିର୍ବାଚିତ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନାଁ ଘୋଷଣା କରିବେ । ବିଧାୟକ ଦଳର ସହମତି ପରେ ବିଧିବଦ୍ଧ ଭାବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ସମସ୍ତଙ୍କ ସାମ୍ନାକୁ ଆସିବ । ତେବେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବୈଠକ ଅନୁଷ୍ଠିତ ହେବ । ଏବଂ ସେହି ଦିନ ସନ୍ଧ୍ୟାରେ ଓଡିଶାର ନୁଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ।

author

Related Articles

Leave a Reply

Your email address will not be published. Required fields are marked *