୧୦୦ ଫୁଟ୍ ଗଭୀର ବୋରୱେଲରେ ଫସିଛନ୍ତି ୨୪ ବର୍ଷୀୟ ଯୁବତୀ

୧୦୦ ଫୁଟ୍ ଗଭୀର ବୋରୱେଲରେ ଫସିଛନ୍ତି ୨୪ ବର୍ଷୀୟ ଯୁବତୀ

୧୦୦ ଫୁଟ୍ ଗଭୀର ବୋରୱେଲରେ ଫସିଛନ୍ତ ୨୪ ବର୍ଷୀୟ ଯୁବତୀ । ରାଜସ୍ଥାନ, ଗଙ୍ଗପୁର ଜିଲ୍ଲା ଗୁଡଲା ଗାଁରୁ ଆସିଛି ଏଭଳି ଏକ ଖବର । ବୋରୱେଲ ପାଇଁ ଖୋଳା ହୋଇଥିବା ଏକ ୧୦୦ ଫୁଟ୍ ଗଭୀର ଗାତରେ ଜଣେ ୨୪ ବର୍ଷୀୟ ଯୁବତୀ ପଡିଯାଇଛନ୍ତି । ଯୁବତୀ ଜଣକଙ୍କ ନା ମୋନା ବାଇ ବୋଲି ଜଣା ପଡିଛି । ମୋନାଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ୍ ଓ ଏସଡିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି । ଗାତ ଭିତରେ ମୋନାଙ୍କୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ପରିବାର ଲୋକଙ୍କ କହିବା ଅନୁସାରେ, ମୋନା ମଙ୍ଗଳବାର ରାତି ୮ଟା ବେଳୁ ନିଖୋଜ ଥିଲେ । ଖୋଜା ଖୋଜି ପରେ ସେ ଗାତରେ ପଡିଥିବା ଜାଣିବାକୁ ପାଇଲେ । ବୋରୱେଲ ଗାତ ପାଖରେ ମୋନାଙ୍କ ଚପଲ ପଡିଥିବାରୁ ଜଣା ପଡିଥିଲା ଯେ, ସେ ବୋରୱେଲରେ ପଡିଛନ୍ତି । ପରେ ଏନେଇ ସ୍ଥାନୀୟ ପୋଲିସଙ୍କୁ ସୂଚନା ଦେବା ପରେ ଆରମ୍ଭ ହୋଇଛି ରେସ୍କ୍ୟୁ ଅପରେସନ୍ । ତେବେ ମୋନା ଦୁର୍ଘଟଣା ବସତଃ ଗାତରେ ପଡିଛନ୍ତି ନା ତାଙ୍କୁ କେହି ଠେଲି ଦେଇଛି, ସେନେଇ ତଦନ୍ତ କରୁଛି ପୋଲିସ । ଏପଟେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାମ ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *