୧୦ ବର୍ଷର ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ !

୧୦ ବର୍ଷର ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ !

ବହୁ ଚର୍ଚ୍ଚିତ ଅଭିନେତା ଅନୁଭବ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି । ଅନେକ ବାଦ ବିବାଦ ପରେ ଶେଷରେ ୧୦ ବର୍ଷର ସମ୍ପର୍କରେ କୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଉଭୟଙ୍କ ଛାଡପତ୍ର ପାଇଁ ଯେଉଁ ଆଇନଗତ ଲଢେଇ ଚାଲିଥିଲା ସେଥିରେ ସାଂସଦ ଅନୁଭବ ମହାନ୍ତିଙ୍କର ବିଜୟ ହୋଇଥିବା ସୂଚନା ଦେଇଛନ୍ତି ନିଜେ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟ ମଞ୍ଜୁରୀ ଦେଇଥିବା ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସ ରେ ପୋଷ୍ଟ କରି ଜଣାଇଛନ୍ତି । ଏହି ଲଢେଇରେ ଯେଉଁମାନେ ତାଙ୍କ ସହ ଏବଂ ତାଙ୍କ ପରିବାର ସହ ଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଅନୁଭବ । ମିଛ ବିବାହର ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିଛି । ତଥାପି ବର୍ଷାଙ୍କ ଖୁସି ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ୧୦ ବର୍ଷ ବିବାହ ବାର୍ଷିକୀ ପୂର୍ବରୁ କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆସିଥିବାରୁ ସେ ସୋସିଆଲ ମିଡିଆରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଫେବୃଆରୀ ୮ ତାରିଖରେ ଉଭୟଙ୍କ ବିବାହକୁ ୧୦ ବର୍ଷ ପୂରଣ ହୋଇଥାନ୍ତା । କିନ୍ତୁ ଏହାର ଗୋଟିଏ ଦିନ ପୂବରୁ କୋର୍ଟ ଉଭୟଙ୍କୁ ଅଲଗା ହେବା ପାଇଁ ମଞ୍ଜୁରୀ ଦେଇଛନ୍ତି । ତେବେ ଏହି ଘଟଣାରେ ବର୍ଷାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। ସୂଚନା ଅନୁସାରେ ଗତ କିଛି ବର୍ଷ ଧରି ଉଭୟଙ୍କ ବିବାହ ବିଚ୍ଛେଦ ମାମଲା ବେଶ୍ ଚର୍ଚ୍ଚାରେ ରହିଛି। କଟକ ପରିବାର କୋର୍ଟରୁ ମାମଲା ହାଇକୋର୍ଟ ଯାଏଁ ପହଞ୍ଚିଛି। ସୋସିଆଲ୍ ମିଡିଆରେ ଅନୁଭବ ଓ ବର୍ଷାଙ୍କ ଆକ୍ଷେପମୂଳକ ପୋଷ୍ଟ ବି ଅନେକ ସମୟରେ ଦେଖିବାକୁ ମିଳିଛି।

author

Related Articles

Leave a Reply

Your email address will not be published. Required fields are marked *