୧୧ ଦିନ ଯୁଦ୍ଧରେ ଘାଇଲା ହମସା

୧୧ ଦିନ ଯୁଦ୍ଧରେ ଘାଇଲା ହମସା

ଘମାଘୋଡ ଯୁଦ୍ଧ । ଇସ୍ରାଏଲ- ହମାସ ଯୁଦ୍ଧରେ ମରିଲେଣି ଅନେକ । ୧୧ ଦିନରେ ପହଁଚିଲାଣି ଇସ୍ରାଏଲ- ହମାସ ଯୁଦ୍ଧ । ଏହାରି ଭିତରେ ଗାଜା ସହରରେ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଯୁଦ୍ଧର ୧୧ ଦିନରେ ସମୁଦ୍ର ପଟୁ ବି ଗାଜା ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଛି ଇସ୍ରାଏଲ ସେନା । ମିଳିଥିବା ସୂଚନା ଅନୁସାରେ ହମାସର ଅସ୍ତ୍ର ନିରୋଧୀ ସିଷ୍ଟମ୍ ଉପରେ ଆକ୍ରମଣ କରିଛି ଆଇଡିଏଫ୍ । ଏହାସହ ଦକ୍ଷିଣ ଗାଜା ଉପରେ ବି ଆକ୍ରମଣ କରିବା ଆରମ୍ଭ କରିଦେଇଛି ଇସ୍ରାଏଲ ।

ଅଲଜଜିରାର ଏକ ରିପୋର୍ଟ ଅନୁସାରେ, ଗାଜାର ଦକ୍ଷିଣ ପ୍ରାନ୍ତରେ ରକେଟ୍ ଓ ମିଜାଇଲ ମାଡ ହୋଇଛି । ଏଥିରେ ୭୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଗାଜାରେ ଦିନକୁ ଦିନ ସ୍ଥିତି ଉକ୍ରଟ ହେବାରେ ଲାଗିଛି । ଉତର ଗାଜା ଛାଡି ଜୀବନ ବିକଳରେ ଦକ୍ଷିଣ ଗାଜା ଆଡକୁ ଚାଲି ଯାଉଛନ୍ତି ସେଠାରେ ଥିବା ପାଲେଷ୍ଟାଇନ୍ ନାଗରିକ । ଯୁଦ୍ଧର ଘନ ଘନ ବୋମା ବର୍ଷା ଭିତରେ ଗାଜାରେ ଭୟଙ୍କର ଖାଦ୍ୟ ସଂକଟ ଦେଖା ଦେଲାଣି । ଯାହା ସାଧାରଣ ଲୋକଙ୍କ ସମସ୍ୟା ଆହୁରି ବଢାଇ ଦେଇଛି । ଗାଜାରେ ମୃତ୍ୟୁ ସଂଖ୍ୟା ୩ହଜାର ଟପି ସାରିଥିବାବେଳେ, ଆହତଙ୍କ ସଂଖ୍ୟା ୯ହଜାର ଟପି ସାରିିଲାଣି ।

author

Related Articles

Leave a Reply

Your email address will not be published. Required fields are marked *