୧୨୪ କିଲୋ ଗଞ୍ଜେଇ ଜବତ , ହରିଆନାର ୨ ମାଫିଆ ଗିରଫ l

୧୨୪ କିଲୋ ଗଞ୍ଜେଇ ଜବତ , ହରିଆନାର ୨ ମାଫିଆ ଗିରଫ l

ଗଜପତି:ମୋହନା

ଗଜପତି ଜ଼ିଲ୍ଲା ଅଡବା ଥାନା ପୁଲିସ ରବିବାର ଗୁଲୁବା ଓ ଶୁଣ୍ଡିପଦା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ରାସ୍ତା କଡ ଲଠାବୁଦାରେ ଗଞ୍ଜେଇ ବ୍ୟାଗ ଧରି ଗାଡିକୁ ଅପେକ୍ଷା କରିଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅଡବା ପୁଲିସ l ଗିରଫମାନେ ହେଲେ ହରିଆନା ରାଜ୍ୟ ପାନିପଥ ଅଞ୍ଚଳର ରାମ ଲାଲ ଏବଂ ପୃଥ୍ଵୀ ରାମ l ଗାଡି ଯୋଗେ ବ୍ରହ୍ମପୁର ଏବଂ ପରେ ହରିଆନାକୁ ଏହି ଗଞ୍ଜେଇ ଚାଲାଣ କରିବା ପାଇଁ ଚାଲାଣକାରି ମାନେ ଯୋଜନା କରିଥିଲେ। ରା. ଉଦୟଗିରି ବିଡ଼ିଓ ଲରିମନ୍ ଖର୍ସେଲଙ୍କ ଉପସ୍ଥିତରେ ଉକ୍ତ ଗଞ୍ଜେଇକୁ ଓଜନ କରିବାରୁ ତାହା ୧୨୪ କିଲୋ ୪୦୦ ଗ୍ରାମ ହୋଇଥିଲା l ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅଡବା ପୁଲିସ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି l

author

Related Articles

Leave a Reply

Your email address will not be published. Required fields are marked *