୧୪ଜଣ ଆଙ୍କରଙ୍କ ସୋକୁ ବନ୍ଦ କରିବ ଇଣ୍ଡିଆ ମେଣ୍ଟ

୧୪ଜଣ ଆଙ୍କରଙ୍କ ସୋକୁ ବନ୍ଦ କରିବ ଇଣ୍ଡିଆ ମେଣ୍ଟ


ବିରୋଧି ଇଣ୍ଡିଆ ମେଣ୍ଟ ଧର୍ମ କୁ ବିରୋଧ କରିବା ପରେ ଏବେ ଆଙ୍କର ସୋକୁ ବନ୍ଦ କରିବାକୁ ଯାଉଛି । ସୂଚନାନୁସାରେ, ୧୪ଟି ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବନ୍ଦ କରିବ ମେଣ୍ଟା ଏହି ସୋରେ ହେଉଥିବା ଆଲୋଚନାରେ ମେଣ୍ଟ ତାର ପ୍ରତିନିଧିଙ୍କୁ ବପଠାଇବାଜୁ ନିଷ୍ପତି ନେଇଛି । ଯାହାକୁ ସମର୍ଥ କରିଛନ୍ତି କଂଗ୍ରେସ ମୁଖପାତ୍ର ପୱନ ଖେଡା । ସେ କହିଛନ୍ତି କିଛି ଟିଭି ଚ୍ୟାନେଲ୍ ଗତ ୯ ବର୍ଷ ଧରି ଘୃଣାର ବଜାର ଖୋଲିଛନ୍ତି । ଇଣ୍ଡିଆ ମେଣ୍ଟ ସମାଜର ଅବକ୍ଷୟ କରୁଥିବା ଏହି ଚ୍ୟାନେଲଗୁଡ଼ିକୁ ଆଉ ସୁଯୋଗ ଦେବନାହିଁ ବୋଲି ସେ କହିଛନ୍ତି । ସମାଜରେ ଘୃଣା ସୃଷ୍ଟି କରୁଥିବା ଯେକୌଣସି କାର‌୍ୟ୍ୟକ୍ରମରେ ଇଣ୍ଡିଆ ମେଣ୍ଟ ପକ୍ଷ ହେବାକୁ ଚାହେନାହିଁ ବୋଲି ସେ କହିଛନ୍ତି । ଆପ ନିଜ ସୋସିଆଲ ମିଡିଆରେ ଏନେଇ ଏକ ସୂଚୀ ତାଲିକା ଜାରି କରିଛି ଯେଉଁଥିରେ ଆଙ୍କର ଲିଷ୍ଟ ରହଛି ଯେଉଁଠି ମେଣ୍ଟ ଆସିବନି । ତାଲିକାରେ ରହିଛନ୍ତି ନ୍ୟୁଜ୍ ୧୮ର ଅମନ ଚୋପ୍ରା, ଅମିଷ ଦେବଗନ ଏବଂ ଆନନ୍ଦ ନରସିଂହା, ଭାରତ ଏକ୍ସପ୍ରେସର ଆଦିତି ତ୍ୟାଗୀ, ଡିଡି ନ୍ୟୁଜ୍ର ଅଶୋକ ଶ୍ରୀବାସ୍ତବ, ଆଜ୍ତକର ସୁଧୀର ଚୌଧୁରୀ, ଚିତ୍ରା ତ୍ରିପାଠୀ, ଭାରତ୨୪ର ରୁବିକା ଲିୟାକତ, ‘ଇଣ୍ଡିଆ ଟୁଡେ’ର ଗୌରବ ସାୱନ୍ତ ଏବଂ ଶିବ ଅରୁର୍, ଇଣ୍ଡିଆ ଟିଭିର ପ୍ରାଚୀ ପରାଶର, ଟାଇମ୍ସ ନାଓ ନବଭାରତର ନବିକା କୁମାର ଏବଂ ସୁଶାନ୍ତ ସିହ୍ନା, ରିପବ୍ଲିକ ଭାରତର ଅର୍ନବ ଗୋସ୍ବାମୀ ।

author

Related Articles

Leave a Reply

Your email address will not be published. Required fields are marked *