ଦର୍ଶକ ବନ୍ଧୁ ଆପଣ ହଠାତ କୌଣସି ସ୍ଥାନକୁ ଯାଉଥିବେ ସେହି ସମୟରେ ୧୫ ମିନିଟ ଟ୍ରାଫିକରେ ଅଟକି ଯିବେ . କହିଁକି ନା ମୁଖ୍ୟମନ୍ତ୍ରୀ ଙ୍କ କାରକେଟ ଯାଉଛି ? ଏଥିପାଇଁ ବହୁତ ଲୋକ ମଧ୍ୟ ହାଇରାଣ ହେଉଛନ୍ତି . ତେବେ ନିକଟରେ ଏକ ଘଟଣା ସାମ୍ନାକୁ ଆସିଥିଲା . ଯେଉଁଠାରେ ସନ୍ଧ୍ୟା ବେଳେ ବର୍ଷା ବି ହେଉଥିଲା .ଆଉ ରାସ୍ତାରେ ଉପରେ ଛିଡାହୋଇ ରହଛିି ଅନେକ ଗାଡ଼ି ଓ ଲୋକେ .କିଏ ନିଜ ପିଲାଛୁଆ ନେଇ ଟ୍ୟୁସନ ଯାଉଛି ତ . କିଏ ଅଫିସରୁ ଘରକୁ ଫେରୁଛନ୍ତି ? ଆଉ କିଏ ଜରୁରି କାମରେ ଯାଇ ରାସ୍ତାରେ ଅଟକି ଯାଇଛନ୍ତି . ଖାଲି ଲୋକେ ନୁହଁନ୍ତି . ପିଲାଠାରୁ ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ବର୍ଷାରେ ଠିଆ ହୋଇ ଓଦା ହେଉଛନ୍ତି . ତେବେ ଏହି ଘଟଣାଟି ଭୁବନେଶ୍ୱର କମିଶନରେଟ ପୋଲିସ ଛକ ନିକଟର . ଯେଉଁଠି ସନ୍ଧ୍ୟା ସମୟରେ ଲୋକେ ଅଟକି ରହିଥିବା ଦେଖିବାକୁ ମିଳଥିଲା .ଏହା ଦ୍ୱାରା ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ .ଏଥିସହିତ ନିଜେ ଟ୍ରାଫିକ ପୋଲିସ ଏବଂ କିଛି ପୋଲିସ କର୍ମଚାରୀ ମଧ୍ୟ ଛତା ଧରି କମିଶନରେଟ ପୋଲିସ ଛକରେ ଠିଆ ହୋଇଥିଲେ .ଆଉ ସିଏମ ଙ୍କ ଗ୍ରସ୍ତ ଯୋଗୁଁ ଲୋକକେ ଏପରି ଅଟକିଥିବା ଜଣାପଡିଥିଲା .
ସେହିପରି ନିକଟରେ ମାଆଙ୍କ ଶରଣରେ ଉଭୟ ଶାସକ ଓ ବିରୋଧୀ .ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଦୁର୍ଗାଙ୍କ ଆର୍ଶ୍ରୀବାଦ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ .ପାର୍ବଣକୁ ନେଇ ସାରା ରାଜ୍ୟ ଉତ୍ସବ ମୁଖର ହୋଇଥିବା ବେଳେ ଉଭୟ ବିଭିନ୍ନ ପେଣ୍ଡାଲ ବୁଲିଥିଲେ .ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ନେତା ଲୋକଙ୍କ ପାଖରେ ପହଂଚିବାକୁ ଚାହୁଁଛନ୍ତି . ପୂର୍ବରୁ ଗହଳିରେ ନବୀନଙ୍କୁ ଦେଖିବାକୁ ମିଳୁନଥିବା ବେଳେ ନିର୍ବାଚନ ହାରିବା ପରଠୁ ରାଜନୀତିରେ ସେ ବେଶ ଆକ୍ଟିଭ ହୋଇ ପଡ଼ିଛନ୍ତି .ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା .