୧୬ବର୍ଷ ବୟସରେ ରଖିପାରିବେନି ଶାରୀରିକ ସମ୍ପର୍କ, ଲ’ କମିଶନ

୧୬ବର୍ଷ ବୟସରେ ରଖିପାରିବେନି ଶାରୀରିକ ସମ୍ପର୍କ, ଲ’ କମିଶନ

ଶାରୀରିକ ସମ୍ପର୍କକୁ ନେଇ ପୁଣି ଥରେ ଆଇନ କଡା କରାଯାଇଛି । ସହମତିରେ ଶାରୀରିକ ସମ୍ପର୍କ ରଖିବାର ବୟସ ୧୬ ନହେଉ ବୋଲି ଆଇନ ମନ୍ତ୍ରାଳୟକୁ ସୁପାରିସ କରିଛନ୍ତି ଲ’ କମିଶନ । ଏମିତିକି ପୋକ୍ସୋ ଆଇନରେ କିଛି ସଂଶୋଧନ ଆଣିବା ଆବଶ୍ୟକ ବୋଲି କମିଶନ କହିଛି । ପୋକ୍ସୋ ଆଇନ ୨୦୧୨ର ବିଭିନ୍ନ ଦିଗକୁ ବିଚାର କରିବା ପରେ ‘ଲ’ କମିଶନ ଗତ ୨୭ ତାରିଖରେ ଏକ ବୈଠକ କରିଥିଲା । ପରେ ଏହି ରିପୋର୍ଟ ମନ୍ତ୍ରାଳୟକୁ ଦିଆଯାଇଛି । ବିଭିନ୍ନ ସମୟରେ ପୋକ୍ସୋ ଆଇନର ଅପବ୍ୟବହାର ହେଉଥିବା ଅଭିଯୋଗ ରହିଛି ।

ଝିଅର ଇଚ୍ଛା ଅନୁସାରେ ବିବାହ କରାଇବା ପାଇଁ ତାଙ୍କ ଅଭିଭାବକମାନେ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ତେଣୁ ପୁଅ-ଝିଅ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କ ଥଲେ ମଧ୍ୟ ଅନେକ ଯୁବକ-ଯୁବତୀଙ୍କୁ ଏହି ଆଇନ ବଳରେ ଦଣ୍ଡ ଭୋଗିବାକୁ ପଡୁଛି । ତେଣୁ ସହମତିରେ ସଂପର୍କ ରଖିବାର ବୟସ ୧୮ରୁ ୧୬କୁ ହ୍ରାସ କରିବା ପାଇଁ ଦାବି ଉଠିଛି । ଏହି ଲ’ ପାଇଁ ଅନେକ ପ୍ରକାର ସୁବିଧା ଦେଖିବାକୁ ମିଳୁଛି । ତେଣୁ ଏହି ଆଇନକୁ ବଦଳାଇବା ପାଇଁ ଏପରି କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *