୧୮ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଅଟୋ ଗୋଛାଗୁଡ଼ା ଘାଟିରେ ଓଲଟି ପଡିଲା, ୭ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ

୧୮ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଅଟୋ ଗୋଛାଗୁଡ଼ା ଘାଟିରେ ଓଲଟି ପଡିଲା, ୭ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ

ଗଜପତି:ମୋହନା

ବେପାରୁଆ ଗାଡି ଚାଳନା ମହଙ୍ଗା ପଡ଼ିଲା। ଦିନକୁ ଦିନ ମୋହନା ବ୍ଳକରେ ଅଟୋ ଦୁର୍ଘଟଣା ବଢିବାରେ ଲାଗିଛି। ବେପାରୁଆ ଗାଡି ଚାଳନା ସାଙ୍ଗକୁ ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଗାଡ଼ି ଗୁଡିକ ଚ଼ଳପ୍ରଚଳ କରୁଛନ୍ତି। ପ୍ରଶାସନର ଏଥିପ୍ରତି ନିଘା ନାହିଁ। ଏଭଳି ପରିସ୍ଥିତିରେ ମୋହନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଗୋଟିଏ ଅଟୋରେ ୧୮ଜଣ ଯାତ୍ରୀ ବିଭିନ୍ନ କାମରେ ଯାଉଥିବା ବେଳେ ଅଟୋଟି ଘାଟିରେ ବ୍ରେକଫେଲ ଯୋଗୁଁ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଓଲଟି ପଡିଥିଲା। ଯାହାଫଳରେ ଯାତ୍ରା କରୁଥିବା ୧୮ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଗୁରୁତର ମାନେ ହେଲେ ଗୋଚ୍ଛ୍ଵାଗୁଡା ଗ୍ରାମର ରମେଶ ମଳିକ, ରମା ମଳିକ, ଅଲ୍ମାନ ତନ୍ତୀ, ମଙ୍ଗଳା ମଳିକ, ହର୍ଶିନ ତନ୍ତୀ, କେଶଵ ତନ୍ତୀ, ବନ୍ଦୀ ମଳିକ । ଗୁରୁତର ମାନଙ୍କର ମୁଣ୍ଡ, ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି।ସୂଚନା ମୁତାବକ ମୋହନା ବ୍ଲକ ଅନ୍ତର୍ଗତ ମେରାପଲ୍ଲୀ ପଞ୍ଚାୟତ ଅଧିନ ଗୋଚ୍ଛାଗୁଡା ଗ୍ରାମର ଅଟୋ ମାଲିକ ମହେନ୍ଦ୍ର ତନ୍ତୀ ନିଜର ଅଟୋ ଯୋଗେ ୧୮ଜଣ ଯାତ୍ରୀଙ୍କୁ ନେଇ ମେରାପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଏବଂ ଲୁହାଗୁଡି ହାଟକୁ ଯାଉଥିଲେ।

ସମୟ ପ୍ରାୟ ୧୦ଟା ବେଳେ ଅଟୋଟି ଗନ୍ତବ୍ଯ ସ୍ଥଳରେ ପହଞ୍ଚିବା ପୂର୍ବରୁ ଗ୍ରାମର କିଛି ଦୂରତା ଘାଟିରେ ବ୍ରେକଫେଲ ଯୋଗୁଁ ଭାରସାମ୍ୟ ରକ୍ଷା କରିନପାରି ରାସ୍ତା ଠାରୁ ୧୫ ଫୁଟ ତଳକୁ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଯାହା ଫଳରେ ସମସ୍ତ ଯାତ୍ରୀ ଦୁର୍ଘଟଣାର ଶୀକାର ହୋଇଥିଲେ। ଗ୍ରାମବାସୀ ଓ ପୁଲିସଙ୍କ ସହଯୋଗରେ ଅଟୋ ଓ ୧୧୨ ଗାଡି ଯୋଗେ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ଗୁରୁତର ଭର୍ତ୍ତି ହୋଇଥିଲେ। ଖବର ପାଇ ବ୍ଳକ ଅଧ୍ଯକ୍ଷ ରଞ୍ଜୀବ ଶବର, ବିଡିଓ ତପସ୍ଵିନୀ ହାଁସଦା, ଏମପି ପ୍ରତିନିଧି ଭାସ୍କର ସାହୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କର ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଅପରପକ୍ଷେ ଅଡ଼ବା ଓ ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ରହିଥିବା ବେଳେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ନାହିଁ ।ଯାହା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ତୁରନ୍ତ ଏଠାରେ ଏକ ଆମ୍ବୁଲାନ୍ସ ଯୋଗାଇଦେବା ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଆଜି ଗୁରୁତର ଆହତ ହୋଇଥିବା ରୋଗୀମାନଙ୍କୁ ପୋଡାମାରୀ ଓ ଅଡବାରୁ ୨ଟି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା। ସଦର ମହକୁମା ମୋହନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସନ୍ତି। କିନ୍ତୁ ଏଠି ସବୁ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସ୍ୱାସ୍ଥ୍ୟକେନ୍ଦ୍ରଟି ୩୦ ବେଡ଼ ବିଶିଷ୍ଟ ହୋଇଥିବା ବେଳେ ଏଠି ମାତ୍ର ୧୦ଟି ବେଡ ରୋଗୀମାନଙ୍କ ପାଇଁ ରହିଛି। ଯାହାଫଳରେ ଗୁରୁତର ଅବସ୍ଥାରେ ଥିବା ରୋଗୀକୁ ବାରଣ୍ଡାରେ ଶୁଆଇ ପ୍ରାଥମିକ ଚିକିତ୍ସା ବହୁ ସମୟରେ କରାଯାଉଥିବା ଦେଖିବାକୁ ମିଳୁଛି। ଏସବୁ ପ୍ରତି ପ୍ରଶାସନର କେବେ ଦୃଷ୍ଟି ପଡ଼ିବ ସମୟ ହିଁ କହିବ ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *