୧୯୯୯କୁ ପୂରିଲା ୨୪ବର୍ଷ

୧୯୯୯କୁ ପୂରିଲା ୨୪ବର୍ଷ

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଠିକ ଆଜିର ଦିନରେ ଘଟିଥିଲା ମହାପ୍ରଳୟ । ଭାସିଯାଇଥିଲେ ଅନେକ ମରିଥିଲେ ଅନେକ । ସେସବୁ ଦିନର ଘଟଣା ଯିଏ ବି ଦେଖିଛନ୍ତି ତାଙ୍କ ମନରୁ ଲିଭିନି ସେ ମହାବାତ୍ୟାର କାହାଣି । ସେ ଦିନ କଥା ମନେ ପଡିଲେ ଲୋକଙ୍କ ଛାତି ଥରି ଉଠେ । ଠିକ ୨୪ ବର୍ଷ ତଳେ ଘଟିଥିବା ମହାବାତ୍ୟାର ସେହି ଲୋକ ଟାଙ୍କୁରା ଦୃଶ୍ୟ ଆଜି ବି ଲୋକଙ୍କ ମନରୁ ଯାଇନି । ୨୯ ତାରିଖ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁର ଏରସମା ଓ ବାଲିକୁଦା ମଧ୍ୟରେ ମାଡ଼ ହୋଇଥିଲା ମହାବାତ୍ୟା ।ଧ୍ୱଂସଲୀଳା ରଚିଥିଲା ମେଘ ସାଙ୍ଗକୁ ପବନ । ଘଂଟା ପ୍ରତି ୩ ଶହ କିଲୋମିଟର ବେଗରେ ମାଡି ଆସିଥିଲା ପବନ । ୩୦ ଘଂଟାର ତାଣ୍ଡବରେ ପୂରା ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା । ମହାବାତ୍ୟାରେ ଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ । ଅନେକ ଘରଦ୍ୱାର, ଘର ଭାଙ୍ଗିବା ସହ ଅନେକ ଜୀବଯନ୍ତୁ ପ୍ରାଣ ହରାଇଥିଲେ । ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା ଓ ଅସ୍ତରଙ୍ଗ । ସମୁଦ୍ରରୁ ୩୦ ଫୁଟ ଉଚ୍ଚର ଲୁଣା ଜୁଆର ଉଠି ଏରସମାର ଭୌଗଳିକ ସ୍ଥିତି ଛାରଖାର କରିଦେଇଥିଲା । ପାରାଦୀପର ଷଣ୍ଢକୁଦ ବସ୍ତି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *