୧ କୋଟି ଟଙ୍କାର ଗଞ୍ଜେଇ ଜବତ

୧ କୋଟି ଟଙ୍କାର ଗଞ୍ଜେଇ ଜବତ

ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ପାଖାପାଖି ୧କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଜବତ କଲା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ । ଗୋଡ଼ାଇ ଗୋଡ଼ାଇ ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନକୁ ପୋଲିସ୍ କାବୁ କରିଥିବା ବେଳେ ଘଟଣାସ୍ଥଳରୁ ଖସି ଯାଇଛି ମାଫିଆ। ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ସବ୍ ଇନ୍ସପେକ୍ଟର ଭୋଳାନାଥ ପଣ୍ଡାଙ୍କ ନେତୃତ୍ଵରେ ଏକ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ବନାଙ୍ଗିଆ ଗ୍ରାମରୁ ଏକ ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ୍OD 08 V-2169 ପୋଲିସକୁ ଦେଖି ଦୃତ ଗତିରେ ପଳାଇବାକୁ ଲାଗିଲା।ଏହାଦେଖି ସନ୍ଦେହରେ ପୋଲିସ୍ ଟିମ୍ ଉକ୍ତ ପିକ୍ ଅପ୍ ଭ୍ୟାନକୁ ପିଛା କରି କିଛି ଦୁରରେ କାବୁ କରିବାରେ ସକ୍ଷମ ହୋଇଥିଲା । ଏହି ଗଞ୍ଜେଇ ବାଲିଗୁଡ଼ା ଥାନା ଅଞ୍ଚଳରୁ ବାହାର ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ନେଇ ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ୯୫୦ କେଜି ଗଞ୍ଜେଇ ସହ ପିକ୍ ଅପ୍ ଭ୍ୟାନ୍ ଜବତ କରିବା ସହ ଏନେଇ ବାଲିଗୁଡ଼ା ଥାନା କେସ୍ ନଂ – ୧୫୫/୨୦୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ ସାହୁ।

author

Related Articles

Leave a Reply

Your email address will not be published. Required fields are marked *