୧ କୋଟି ୨୦ ଲକ୍ଷ ଟଙ୍କାର ଜରିମାନା ଭରିଲା ଇଣ୍ଡିଗୋ ଏୟାରଲାଇନ୍ସ

୧ କୋଟି ୨୦ ଲକ୍ଷ ଟଙ୍କାର ଜରିମାନା ଭରିଲା ଇଣ୍ଡିଗୋ ଏୟାରଲାଇନ୍ସ

ଜରିମାନା ଭରିଲା ଇଣ୍ଡିଗୋ ଏୟାରଲାଇନ୍ସ । ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ। ମୁମ୍ବାଇ ବିମାନବନ୍ଦରରେ ବିମାନ ଉଡ଼ାଣରେ ମାତ୍ରାଧିକ ବିଳମ୍ବ ଯୋଗୁଁ ରନୱେ ଉପରେ ଯାତ୍ରୀମାନେ ବସି ଖାଉଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଇଣ୍ଡିଗୋ ବିମାନ ପକ୍ଷରୁ ସେଠାରେ ସେମାନଙ୍କୁ ଖାଦ୍ୟ ଦିଆଯାଇଥିଲା। ଜାନୁଆରୀ ୧୪ ତାରିଖର ଏହି ଘଟଣା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ଏଥିସହ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍କୁ ମଧ୍ୟ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ବ୍ୟୁରୋ ଅଫ୍ ସିଭିଲ ଆଭିଏସନ୍ ସିକ୍ୟୁରିଟି- BCAS ପକ୍ଷରୁ ଉଭୟଙ୍କୁ ନୋଟିସ୍ ପଠାଯାଇଥିବା ସୂଚନା ମିଳିଛି।

author

Related Articles

Leave a Reply

Your email address will not be published. Required fields are marked *