ହଁ ଦର୍ଶକବନ୍ଧୁ ଆମେ କହୁଛୁ ରାଜ୍ୟ ସରକାରଙ୍କ ନୂଆ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରତିଟି ଗାଁକୁ ସଶକ୍ତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ନବୀନ ବାବୁ । ଯାହାକୁ କୁ କଡା ବିରୋଧ କରିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର । ସରକାରଙ୍କ ଏହି ଭେଳିକି ଯୋଜନାକୁ ନବୀନ ଓଡିଶା ଲୁଟ ଓଡିଶାର ଆଖ୍ୟା ଦେଇଛନ୍ତି ଜୟନାରାୟଣ । ସରକାରୀ ବିଜ୍ଞାପନରେ ଦଳୀୟ ନିର୍ବାଚନ ସଂଙ୍କେତ ବ୍ୟବହାର ଘୃଣ୍ୟ ଓ ବେଆଇନ କହିବା ସହ ଏହି ବିରୋଧରେ ଅଦାଲତ ଯିବେ ବୋଲି ନବୀନଙ୍କୁ ଧମକ ଦେଇଛନ୍ତି ଜୟନାରାୟଣ । ଏହି ଯୋଜନାରେ ୪ହଜାର କୋଟି ଟଙ୍କା ଖର୍ଚ୍ଚ ହେବା । ଏଥିରୁ ପିସି ବାବଦରେ ୨୦ହଜାର ଲୁଟିବେ ନବୀନ ବାବୁ । ଖାଲି ସେତିକି ନୁହେଁ ବିଜ୍ଞାପନରେ ନିର୍ବାଚନ ସଂଙ୍କେତ ବ୍ୟବାହାର କରି ନିର୍ବାଚନ ଜିତିବାକୁ ଯୋଜାନା କରିଛନ୍ତି ନବୀନ ବାବୁ । ନବୀନଙ୍କ ଲୋକପ୍ରିୟତା ମାଟିରେ ମିଶିଗଲାଣି । ନିର୍ବାଚନ ଜିତିବା ପାଇଁ ଯୋଜନା କରି ଲୁଟପାଟ କରିବାକୁ ଯୋଜନା କରିଛନ୍ତି ନବୀନବାବୁୁ । ଏହି ସବୁ ଲୁଟପାଟ ଯୋଜନା ଲାଗି ଅଫିସରଙ୍କୁ ଦାୟିତ୍ୱ ଦେଉଛନ୍ତି । ଇଏ କି ପ୍ରକାର ଗଣତନ୍ତ୍ର ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ଅତୀତର ହୋଇଥିବା ଅନେକ ଯୋଜନାର ଅପମୃତ୍ୟୁ କରିଛନ୍ତି ନବୀନବାବୁ । ନିର୍ବାଚନ ଆସିଲେ ନବୀନବାବୁଙ୍କୁ ନୂଆ ଯୋଜନା କଥା ମନେ ପଡେ । ନିର୍ବାଚନ ସରିଲେ ତାହା କାଗଜପତ୍ରରେ ସୀମିତ ରହିଯାଏ । ତେବେ ଦେଖିବାକୁ ବାକି ରହିଲା ନବୀବବାବୁଙ୍କ ନୂଆ ଯୋଜନା କେତେ ଦ୍ୱର ନିର୍ବାଚନ ଜିତିବାରେ ସାହାର୍ଯ୍ୟ କରିବ ? ନୂଆ ଯୋଜନାକୁ କେତେ ଦ୍ୱର ବିଫଳ କରିବେ ବିରୋଧି ଦଳର ନେତା ମାନେ ? ନବୀନବାବୁଙ୍କୁ ଯୋଜନାରୁ ଲୁଟପାଟ ପାଇଁ ଅଦାଲତ ଧମକ ଦେଇଥିବା ଜୟନାରାୟଣଙ୍କ କଥା କେତେ ଦ୍ୱର ସତ ହେବ ତାହା ଦେଖିବାକୁ ଅପେକ୍ଷା ?
ରିର୍ପୋଟ ଡିମ୍ପଲ ସ୍ୱାଇଁ