୨୦୦ ହାତୀଙ୍କ ମାଂସ ଖାଇବେ ଲୋକେ ! ପଡିଛି ମରୁଡି

୨୦୦ ହାତୀଙ୍କ ମାଂସ ଖାଇବେ ଲୋକେ ! ପଡିଛି ମରୁଡି

ଦର୍ଶକ ବନ୍ଧୁ ଆମେ ଆମ ଖାଦ୍ୟରେ ବିଭିନ୍ନ ପ୍ରାଣୀଙ୍କ ମାଂସ ଖାଇଥାଉ .ଯେମିତି ମାଛ ,ଚିକେନ ,ମଟନ ଇତ୍ୟାଦି .ହେଲେ ଆପଣ ମଣିଷ କେବେ ହାତୀ ମାଂସ ଖାଇବା କଥା ଶୁଣିଛନ୍ତିକି .ତେବେ ୨୦୦ ହାତୀଙ୍କ ମାଂସ ଖାଇବେ ଲୋକେ .ଏହା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ସତ .କିନ୍ତୁ ଏନେଇ ଘୋଷଣା ହୋଇଛି .ତେବେ ଏହା ଆମ ଦେଶ ଭାରତରେ ନୁହେଁ ବରଂ ଜିମ୍ବାୱେ .

ଘଟଣାଟି ହେଉଛି ଜିମ୍ବାୱେରେ ଭୟଙ୍କର ମରୁଡ଼ି ଦେଖାଦେଇଛି . ଏଭଳି ସ୍ଥିତି ଲୋକେ ଖାଇବା ପାଇଁ ବହୁତ ହଇରାଣ ହେଉଛନ୍ତି .ଲୋକଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ.ତେଣୁ ସେଠାକାର ବନ୍ୟଜନ୍ତୁ ଅଧିକାରୀ ପ୍ରକାଶ କରିଛନ୍ତି. ୨୦୦ ହାତୀକୁ ହତ୍ୟା କରାଯିବ ଏବଂ ସେମାନଙ୍କର ମାଂସ ମଣିଷମାନଙ୍କୁ ଖାଇବାକୁ ଦିଆଯିବ ବୋଲି
ଏଲ ନିନୋ କାରଣରୁ ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନ ମରୁଡ଼ି ପରିସ୍ଥିତି ଦେଖାଦେଇଛି. କୋଟି କୋଟି ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି.

ସମଗ୍ର ଅଞ୍ଚଳରେ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେଇଛି. ଲୋକେ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି . ତେଣୁ ବନ୍ୟଜନ୍ତୁ ଅଧିକାରୀ ତିନାସେ ଫାରାଭୋ କହିଛନ୍ତି. ୨୦୦ ହାତୀଙ୍କୁ ହତ୍ୟା କରାଯିବ .ଆଉ ଏହି ହାତୀ ମାଂସକୁ ଅତ୍ୟଧିକ ମରୁଡି ପ୍ରବଣ ସମ୍ପ୍ରଦାୟକୁ ପଠାଯିବ.ବିଶେଷକରି ହ୍ୱାଙ୍ଗେ, ମାବିରେ, ଶୋଲୋଶୋ ଏବଂ ଚିରେଜି ଜିଲ୍ଲାରେ ଅଧିକ ମରୁଡି .

author

Related Articles

Leave a Reply

Your email address will not be published. Required fields are marked *