୨୦୨୪ରେ କାହାକୁ ନିଜର କରିବେ ମାହାଙ୍ଗାବାସୀ?

୨୦୨୪ରେ କାହାକୁ ନିଜର କରିବେ ମାହାଙ୍ଗାବାସୀ?

କଟକ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ହେଉଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ । ଆଗରୁ କଂଗ୍ରେସର ଗଡ ଥିବା ଏ ଆସନ ଏବେ ବିଜେଡି ଅକ୍ତିଆରରେ । ୨୦୦୦ ମସିହାରୁ ଏଠି ବିଜେଡି ଶାସନରେ ରହିଛି । ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏହି ଆସନରୁ ୩ ୩ ଥର ବିଜୟ ହୋଇଛନ୍ତି । ଆଉ ଏଥର ମଧ୍ୟ ସେ ଚତୁର୍ଥ ଥର ଲଢେଇ ପାଇଁ ନିଜର ପ୍ରସ୍ତୁତି ଚଳାଇଛନ୍ତି । କିନ୍ତୁ ମାହାଙ୍ଗା ଡବଲ ମର୍ଡର ଘଟଣା ପରେ ପ୍ରତାପ ଜେନା ବିବାଦ ଘେରରେ ଥିବାରୁ ଏହାର ପ୍ରଭାବ ମାହାଙ୍ଗା ରାଜନୀତିରେ କିଭଳି ପକାଇବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଗଲାଣି । କାରଣ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଅନ୍ୟତମ ଅଭିଯୁୁକ୍ତ ଥିବା ଏବଂ ତାଙ୍କ ବିରୋଧରେ ହତ୍ୟା ମାମଲା ଚାଲିଥିବାରୁ ଏବେ ସେ ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି । ଏହା ସତ୍ତ୍ୱେ ମଧ୍ୟ ସେ ପୁଣି ଥରେ ଲଢିବା ପାଇଁ ଆଶା ଛାଡିନାହାନ୍ତି । ଲୋକଙ୍କ ଭରଷା ଜିତିବା ନେଇ ଏବେ ବି ସେ ରେସରେ ଆଗରେ ଅଛନ୍ତି । ସେପଟେ ମାହାଙ୍ଗା ଆସନରୁ ପୂର୍ବରୁ ୩ ଥର ଜିତିଥିବା ପୂର୍ବତନ ବାଚଷ୍ପତି ଶରତ କରଙ୍କ ପୁଅ ଶୋଭନ କର ମଧ୍ୟ ଏହି ଆସନ ପାଇଁ ଜୋରଦାର କ୍ଷେତ୍ର ପ୍ରସ୍ତୁତ କଲେଣି । ଆଇଆରଏସ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ଏବେ ମାହାଙ୍ଗାବାସୀଙ୍କ ମନ ଜିଣିବାରେ ବ୍ୟସ୍ତ ଅଛନ୍ତି । ସେ ବିଜେଡିରେ ବିଧିବଦ୍ଧଭାବେ ସାମିଲ ହୋଇନଥିଲେ ମଧ୍ୟ ଟିକେଟ୍ ପାଇବାକୁ ସେ ଖୁବ୍ ଆଶାବାଦୀ ଥିବା ଚର୍ଚ୍ଚା ହେଉଛି । ଏପଟେ ମାହାଙ୍ଗାରେ କେବେବି ବିଜୟର ବାନା ଉଡାଇନଥିବା ବିଜେପି ମଧ୍ୟ ୨୪ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ପୂର୍ବରୁ ୫ ୫ ଥର ଏହି ଆସନରେ ରାଜ କରିଥିବା କଂଗ୍ରେସ ମଧ୍ୟ ନିଜର ଅଣ୍ଟା ଭିଡିଛି । ତେବେ ଆଗାମୀ ନିର୍ବାଚନରେ ବିଜେଡି ହାତମୁଠାରେ ଥିବା ଏହି ଆସନ ଏବେ କାହା ହାତକୁ ଯିବ ଏବଂ କାହାକୁ ମାହାଙ୍ଗାବାସୀଙ୍କ ଭରଷା ମିଳିବ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *