୨୦୨୪ ଓସ୍କାର ଆୱାର୍ଡସ ସମାରୋହରେ ବାଜି ମାରିନେଲା ହଲିଉଡର ଏହି ଫିଲ୍ମ…

୨୦୨୪ ଓସ୍କାର ଆୱାର୍ଡସ ସମାରୋହରେ ବାଜି ମାରିନେଲା ହଲିଉଡର ଏହି ଫିଲ୍ମ…

୯୬ତମ ଏକାଡେମୀ ଆୱାର୍ଡସ ତଥା ଓସ୍କାର ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହି ସେରିମୋନିରେ ବାଜି ମାରିଛି ହଲିଉଡ ଫିଲ୍ମ ଓପନହାଇମର । ଏହି ସିନେମାଟି ୨୦୨୩ ବର୍ଷର ଏକ ସୁପରହିଟ୍ ଫିଲ୍ମ ଭାବରେ ପରିଗଣିତ ହୋଇଥିଲା । ଏହି ଫିଲ୍ମର ମୁଖ୍ୟ କଳାକାର କିଲିଆନ୍ ମର୍ଫି ଶ୍ରେଷ୍ଠ ଅଭିନେତା ସମ୍ମାନ ହାତେଇଥିବାବେଳେ, ନିର୍ଦ୍ଦେଶକ ଖ୍ରଷ୍ଟଫୋର ନୋଲାନ୍ ହାତେଇଛନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ।
ସେହିପରି ଲୋକପ୍ରିୟ କଳାକାର ରବର୍ଟ ଡ୍ରାଉନି ଜୁନିୟର ନିଜ କ୍ୟାରିଅରର ପ୍ରଥମ ଓସ୍କାର ସମ୍ମାନ ହାତେଇଛନ୍ତି । ଚଳଚ୍ଚିତ୍ର ଓପନହାଇମର ପାଇଁ ଶ୍ରେଷ୍ଠ ସହ-ଅଭିନେତା ସମ୍ମାନ ହାତେଇଛନ୍ତି ରବର୍ଟ ଡ୍ରାଉନି ଜୁନିଅର । ସେହି ପରି ଅଭିନେତ୍ରୀ ଏମା ଷ୍ଟୋନ୍ ଚଳଚ୍ଚିତ୍ର ପୁଅର ଥିଙ୍ଗସ୍୍ ପାଇଁ ହାତେଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ।

author

Related Articles

Leave a Reply

Your email address will not be published. Required fields are marked *