୨୦୨୪ ନିର୍ବାଚନରେ ପ୍ରଶାନ୍ତଙ୍କ ଜାଗା ନେବେ ପ୍ରସନ୍ନ !

୨୦୨୪ ନିର୍ବାଚନରେ ପ୍ରଶାନ୍ତଙ୍କ ଜାଗା ନେବେ ପ୍ରସନ୍ନ !

ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଲା । ନିର୍ବାଚନ ତାରିଖ ଘୋଷଣା ପରେ ପରେ ଆକ୍ଟିଭ ମୋଡକୁ ଆସିଛନ୍ତି ୩ ଦଳ । କିଏ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିସାରିଲାଣି ତ ଆଉ କିଏ ଟିକେଟ୍ ପାଇଁ ଜୋରସୋରରେ କସରତ ଆରମ୍ଭ କରିଛି । ତେବେ ଟିକେଟ୍ ପାଇଁ ସୋମବାର ନବୀନ ନିବାସରେ ବସିଥିବା ବୈଠକରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏହି ବୈଠକରେ ପୁରୀ ଆସନକୁ ନେଇ ଆଲୋଚନା ଚାଲିଥିବା ବେଳେ ଏଥିରେ ଦଳର ଆଗଧାଡିର ନେତାମାନେ ଉପସ୍ଥିତ ଥିଲେ । ଯେଉଁଥିରେ ଦଳର ସୁପ୍ରିମୋ ପ୍ରସନ୍ନଙ୍କୁ ମଧ୍ୟ ଡକାଇଥିଲେ । ଆଉ ଏହି ବୈଠକରେ ପ୍ରସନ୍ନଙ୍କୁ ଚିଲିକା ବିଧାନସଭା ଆସନ ପାଇଁ ଗ୍ରୀନ ସିଗନାଲ ମିଳିଥିବା ଚାରିଆଡେ ଚର୍ଚ୍ଚା ହେଉଛି । ତେବେ ରାଜ୍ୟସଭା ପାଇଁ ଆଶା ରଖିଥିବା ପ୍ରସନ୍ନଙ୍କ ଆଶା ମଉଳିଯିବା ପରେ ଏବେ ତାଙ୍କୁ ଦଳ ଚିଲିକା ଦାୟିତ୍ୱ ଦେଇଛି । ଯାହାକୁ ନେଇ ପ୍ରସନ୍ନ ଖୁସି ଥିବା ବେଳେ ସେ ଚିଲିକାରୁ ଜିତିବେ ବୋଲି ମଧ୍ୟ କହିଛନ୍ତି । ଅନ୍ୟପଟେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡି ଛାଡି ବିଜେପିରେ ମିଶିବା ପରେ ବିଜେପି ଚିଲିକା ଆସନ ଉପରେ ବିଶେଷ ନଜର ରଖଛି । ଏପରିକି ଚର୍ଚ୍ଚା ହେଉଛି କି ପ୍ରଶାନ୍ତ ପୁଣି ଥରେ ଚିଲିକାରୁ ବିଜେପି ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦିତା କରିପାରନ୍ତି । ଯଦି ଏମିତି ହୁଏ ତାହା ହେଲେ ଏଥର ଚିଲିକାରେ ଦୁଇ ହେଭିୱେଟଙ୍କ ଘମାଘୋଟ ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଲାଣି । ତେବେ ଦେଖାଯାଉ ପ୍ରସନ୍ନଙ୍କ ଉପରେ ଦଳ ଯେଉଁ ଦାୟିତ୍ୱ ଦେଇଛି ତାକୁ ସେ କିଭଳି ତୁଲାଉଛନ୍ତି ଏବଂ ଚିଲିକାରେ କିପରି ବିଜେଡିର ବିଜୟ ବାନାକୁ ଉଡାଇ ରଖୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *