୨୦୨୮ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ । କେନ୍ଦ୍ର କ୍ୟାବିନେଟରେ ହେଲା ବଡ ନିଷ୍ପତ୍ତି । ଆସନ୍ତା ୨୦୨୮ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ସମସ୍ତ ହିତାଧୀକାରୀଙ୍କୁ ମାଗଣା ରାସନ ମିଳିବା ନେଇ ନିଷ୍ପତ୍ତି ନିଆଯାଇଛିା ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ କେନ୍ଦ୍ର କ୍ୟାବିନେଟ ବୈଠକରେ ସୀମାବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାମର ବିକାଶ ଉପରେ ଜୋର ଦେବାକୁ ପ୍ରଧାନମନ୍ତ୍ରୀ କହିଥିବା ଅଶ୍ୱିନୀ ÷ବୈଷ୍ଣବ କହିଥିଲେ । ଏବଂ ସମୀବର୍ତ୍ତୀ ଅଞ୍ଚଳରେ ୪୪୦୬ କୋଟି ଟଙ୍କାରେ ୨୨୮୦ କିଲୋମିଟରର ସଡକ ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଥିବା ସୂଚନା ରହିଛିା ଏହା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ହିତାଧୀକାରୀଙ୍କୁ ୨୦୨୮ ମସିହା ପ ଯ୍ୟନ୍ତ ମାଗଣା ଦିଆଯିବ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବା ସହ କ୍ୟାବିନେଟ ମୋହର ମାରିଥିବା ଜଣାପଡିଛିା