୨୦ ରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

୨୦ ରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ପୁଣି ଥରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଦୁଇ ଦିନିଆ ଓଡିଶା ଗସ୍ତ ସାରି ମୋଦି ଫେରିଥିବା ବେଳେ ଆସନ୍ତା ୨୦ ତାରିଖରେ ସେ ପୁଣି ଥରେ ଓଡିଶା ଆସୁଥିବା ସୂଚନା ମିଳିଛି । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ୨୦ ତାରିଖରେ ମୋଦି ପୁରୀରେ ରୋଡ ସୋ କରିବେ । ସେହିଦିନ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବାର କାଯ୍ୟକ୍ରମ ମଧ୍ୟ ରହିଛି । ସେହିପରି ମେ’ ୧୫ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସିବେ। ସେ ରାଉରକେଲା, କଣ୍ଟାବାଞ୍ଜି ଓ ସୋରଡ଼ାରେ ସଭା କରିବେ। ୧୭ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବେ।

author

Related Articles

Leave a Reply

Your email address will not be published. Required fields are marked *