୨୨ରୁ ଆରମ୍ଭ ହେବ ରାଜ୍ୟର ବଜେଟ ଅଧିବେଶନ

୨୨ରୁ ଆରମ୍ଭ ହେବ ରାଜ୍ୟର ବଜେଟ ଅଧିବେଶନ

ଆସନ୍ତା ୨୨ ତାରିଖରୁ ହୁଲସ୍ତୁଲ ହେବ ରାଜ୍ୟ ବିଧାନସଭା ଗୃହ । ଆରମ୍ଭ ହେବ ବଜେଟ ଅଧିବେଶନ । ମୋହନ ସରକାରଙ୍କର ଏହା ପ୍ରଥମ ବିଧାନସଭା ଅଧିବେଶନ । ତେବେ ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଅନୁଷ୍ଠିତ ହେବ । ଜୁଲାଇ ୨୨ରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ରହିଥିବା ବେଳେ ଜୁଲାଇ ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି । ଆଜି ବିଧାନସଭା ସଚିବାଳୟ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ, ୨୨ତାରିଖରେ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ । ଏହାପରେ ୨୩ତାରିଖରେ ଉପବାଚସ୍ପତି ନିର୍ବାଚନ ଘୋଷଣା ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ୨ଦିନ ଧରି ଆଲୋଚନା ହେବ । ୨୪ତାରିଖରେ ଉପବାଚସ୍ପତି ନିର୍ବାଚନ ଶେଷ ହେବ । ୨୫ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଅର୍ଥମନ୍ତ୍ରୀ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପିତ କରିବାର କାର୍ଯ୍ୟକ୍ରମ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *