ହୁ ହୁ ହୋଇ ମାଡି ଆସୁଛି ବାତ୍ୟା ଦାନା । ୨୪ ତାରିଖ ରାତିରେ ହେବ ଭୟଙ୍କର ପରିସ୍ଥିତି । ଉଡିଯିବ ଘର ନଷ୍ଟ ହୋଇଯିବ ଫସଲ । ହଁ ଆଜ୍ଞା, ବାତ୍ୟାକୁ ନେଇ ସବୁଆଡେ ଚହଳ ପଡିଥିବା ବେଳେ ବାତ୍ୟା ଯେ କେତେ ଭୟଙ୍କର ହେବ ତାହା ଆକଳନ ବାହାରେ । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଗୁରୁବାର ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ପଯ୍ୟନ୍ତ ତାଣ୍ଡବ ରଚିବ ଦାନା । ଭିତର କନିକାରୁ ଧାମରା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ୍ ବେଳେ ୧୧୦ ରୁ ୧୨୦ ଯାଏଁ ପବନର ବେଗ ରହିବ। ୨୪ ଓ ୨୫ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ରହିବ। ତେବେ ୨୪ ତାରିଖ ଦିନ ୧୧ଟାରୁ ହିଁ ବାତ୍ୟା ଭୀଷଣ ରୂପ ନେବ । ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ । ୧୨୦ କିଲୋମିଟର ଛୁଇଁବାର ଆଶଙ୍କା ମଧ୍ୟ ରହିଛିା ରାତି ପ୍ରାୟ ୧୨ଟା ସମୟରେ ଭିତରକନିକାରେ ମାଡ ହେବ ବାତ୍ୟା । କେନ୍ଦ୍ରାପଡା. ଜଗତସିଂହପୁର, ଓ ଭଦ୍ରକ ଜିଲ୍ଲା ଅନେକ ଅଞ୍ଚଳରେ ୧୨୦ କିଲୋମିଟର ଯାଏ ପବନ ବହିବାର ସମ୍ଭାବନା ରହିଛି । ସେହିପରି ଜଗତସିଂହପୁର, କେନ୍ଦ୍ରାପଡା , ଭଦ୍ରକ ଓ ବାଲେଶ୍ୱର ରେ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ । ମୟୁରଭଞ୍ଜରେ ୮୦ରୁ ୯୦ ଏବଂ ପୁରୀରେ ୬୦ରୁ ୮୦ ବେଗରେ ପବନ ବହିପାରେ । ଯାଜପୁର, କଟକ, ଖୋଦ୍ଧା, ଭୁବନେଶ୍ୱର, ଢେଙ୍କାନାଳ ଓ କେନ୍ଦୁୁଝରରେ ୬୦ରୁ ୭୦ କିମି ବେଗରେ ପବନ ବହିବ । ବାତ୍ୟାର ପ୍ରଭାବରେ ୨୪ରୁ ୨୫ ତାରିଖ ମୁଷଳଧାରର ବର୍ଷା ହେବ । କିଛି କିଛି ଅଞ୍ଚଳକୁ ରେଡ୍ ୱାଣ୍ଣିଂ ମଧ୍ୟ ଜାରି କରାଯାଇଛିା ପାଖାପାଖି ୧୯ଟି ଜିଲ୍ଲାରେ ବାତ୍ୟା ଦାନାର ପ୍ରଭାବ ପଡିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସବାଧିକ ୧୧ଟି ଜିଲ୍ଲା ପ୍ରଭାବିତ ହେବାକୁ ଥିବା ବେଳେ କଚ୍ଚା ଘର, ଫସଲ ସବୁ ନଷ୍ଟ ହୋଇଯିବ । ସହରରେ କୃତ୍ରିମ ବନ୍ୟା ହେବାର ଆଶଙ୍କା କରାଯାଉଛି ।
You can share this post!
author
Related Articles
କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକୁ ଯିବ ଟଙ୍କା
- November 5, 2024
ନଭେମ୍ବର ୨୧ରୁ ଧାନ କିଣା
- November 5, 2024