୨୪ ନିର୍ବାଚନର ଫଳାଫଳ କହିବ କିଏ ସରକାର ଗଢିବ ?

୨୪ ନିର୍ବାଚନର ଫଳାଫଳ କହିବ କିଏ ସରକାର ଗଢିବ ?

ଆରମ୍ଭ ହୋଇଛି ୫ରାଜ୍ୟର ବିଧାନସଭା ନିର୍ବାଚନ । ଏହି ବିଧାନସଭା ନିର୍ବାଚନର ଫଳାଫଳ ସ୍ଥିର କରିବ ଆସନ୍ତା ସାଧାରଣ ନିର୍ବାଚନ କିଏ ଜିତିବ । ଏ ନେଇ ସମସ୍ତ ରାଜନୌତିକ ଦଳ ନିଜ ନିଜର ସମରସର୍ଯ୍ୟା ଆରମ୍ଭ କରିଦେଇଛନ୍ତି । ଏହି ବିଧାନସଭା ନିର୍ବାଚନ କହିବ ସାଧାରଣ ନିର୍ବାଚନରେ କିଏ ସରକାର ଗଢିବ । ତେବେ ନିର୍ବାଚନରେ ଭୋଟ ବ୍ୟାଙ୍କକୁ ହାସଲ କରିବା ପାଇଁ ସମସ୍ତ ଦଳ ଅଙ୍କକଶା ଆରମ୍ବ କରିଦେଇଛନ୍ତି । ବିଭିନ୍ନ ଯୋଜନା ପରେ ଯୋଜନା କରି ଲୋକଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବାରେ ଲାଗିପଡିଛନ୍ତି । ଯୋଜନାରେ ଭୋଟର ମାନେ ଆକୃଷ୍ଟ ହେଲେ ଦଳ ନିର୍ବାଚନ ବିଜୟୀ ହୋଇପାରିବ । ଯାହା ପରବର୍ତ୍ତି ସମୟରେ ନିର୍ବାଚିତ ହୋଇଥିବା ନେତାଙ୍କ ରାଜକୋଷ ଉପରେ ବଡ ପ୍ରଭାବ ଦେଖାଇବ । ଦେଶର ଟିକସଦାତାଙ୍କ ଟଙ୍କାରେ ବୃଦ୍ଧି ପାଇଥାଏ କେନ୍ଦ୍ର ଓ ରାଜ୍ୟର ରାଜକୋଷ । ନିର୍ବାଚନ ସମୟ ଆସିଲେ ଲୋକଙ୍କ ଟଙ୍କାରେ ମନଇଚ୍ଛା ମାଗଣା ଯୋଜନା ଘୋଷଣା କରନ୍ତି ରାଜନୈତିକ ଦଳ ମାନେ । ତେବେ ଏହାରି ଭିତରେ ଦେଖିବାକୁ ମିଳୁଛି କେନ୍ଦ୍ରରେ ବିଜେପି ଓ କଂଗ୍ରେସ ନିଜ ନିଜର ରଣକୌଶଳ ଆରମ୍ଭ କରିଦେଲେଣି । ବିଧାନସଭା ନିର୍ବାଚନ ଜିତିବା ପାଇଁ ମନଇଚ୍ଚା ଯୋଜନା କରିଛନ୍ତି ନେତା ମନ୍ତ୍ରୀ ମାନେ । ମାଗଣା ଚାଉଳ, ଅଟା ଗହମ ଠାରୁ ଆରମ୍ଭ କରି ବିଦ୍ୟୁତ ବିଲ ଛାଡ କରିବାକୁ ପଛାଉନାହାନ୍ତି ରାଜନେତା ମାନେ । ଏହା ସହ ନିର୍ବାଚନ ସମୟ ଆସିଲେ ପୁଳାପୁଳା ଟଙ୍କା ମଧ୍ୟ ବାଣ୍ଟୁଛନ୍ତି । ଶ୍ରମ଼ିକ ଭତା, ବେରୋଜଗାରୀଙ୍କୁ ଚାକୀରି , ଚାଷୀ ଓ ମହିଳାଙ୍କୁ ଭତା ସ୍କୁଟର, , ବ୍ୟାଙ୍କ ଖାତାକୁ ଟଙ୍କା ଆଦି ବାଣ୍ଟୁଛନ୍ତି ଦେଶର ଅନେକ ରାଜନୌତିକ ଦଳ । ଏଥିରେ ଢ଼ଦ୍‌ତ ଦଳ ଦଳ ଭିତରେ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଜଣେ ସରକାରର କର୍ତ୍ତବ୍ୟ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା କିନ୍ତୁ ନିର୍ବାଚନରେ ଜିତିବା ପାଇଁ ଟଙ୍କା ଦେଇ ଅନ୍ୟ ସମୟରେ ଚୁପ ବସୁଛନ୍ତି ନେତା ମାନେ । ତେବେ ଏଠି ପ୍ରଶ୍ନ ଉଠୁଛି କାହା ପାଇଁ ଏ ସବୁୁ ଯୋଜନା ? କିଏ ପାଉଛି ଫାଇଦା କିଏ ଭୋଗୁଛି ଦଶା ? କଣ ହେବ ନିର୍ବାଚନର ଫଳାଫଳ ?

author

Related Articles

Leave a Reply

Your email address will not be published. Required fields are marked *