୨୪ ବର୍ଷ ପରେ… ଟ୍ରାଫିକରେ ଅଟକିଲେ ନବୀନ

୨୪ ବର୍ଷ ପରେ… ଟ୍ରାଫିକରେ ଅଟକିଲେ ନବୀନ

ଚଳିତ ନିର୍ବାଚନର ଫଳାଫଳରେ ବଦଳିଯାଇଛି ରାଜ୍ୟ ରାଜନୀତିର ଚିତ୍ର । ଦୀର୍ଘ ୨୫ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି । ୨୫ ବର୍ଷ ଧରି ଆମେ ଯାହାକୁ ମୁଖ୍ୟମନ୍ତ୍ରୀ ବୋଲି ଜାଣି ଆସୁଥିଲୁ ଆଜି ସେ ପୂର୍ବତନ ମୁଖ୍ୟମନ୍ତ୍ରୀରେ ପରିବର୍ତ୍ତନ ହୋଇଯାଇଛନ୍ତି । ଏବେ କେବଳ ସେ ବିଜୁ ଜନତା ଦଳର ସଭାପତି ଭାବେ ପରିଚିତ ହେଉଛନ୍ତି । ଖାଲି ଏତିକି ନୁହେଁ ପଦବୀ ଯିବା ସହ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଆସିଛି । ସରକାରରେ ଥିବା ବେଳେ ପୁଳା ପୁଳା ଗାଡି ନବୀନ ବାବୁଙ୍କ ଆଗ ପଛରେ ଯା ଆସ କରୁଥିଲା । ନବୀନ ବାବୁ ଘରୁ ବାହାରିବା ମାତ୍ରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ତାଙ୍କ ପାଇଁ ଟ୍ରାଫିକକୁ ନିୟନ୍ତ୍ରଣ କରାଯାଉଥିଲା । ସ୍ୱତନ୍ତ୍ର ଗ୍ରୀନ କରିଡରରେ ନବୀନ ବାବୁ ଯିବା ଆସିବା କରୁଥିଲେ । ଗୋଟିଏ ପରେ ଗୋଟିଏ ପୋଲିସ ଗାଡି ଯିବା ପରେ ନବୀନ ବାବୁ ଯାଉଥିଲେ । କିନ୍ତୁ ଏବେ ସମୟ ବଦଳିଯାଇଛି । ଏବେ ନବୀନ ବାବୁଙ୍କ ଚାରି ପାଖରେ ନା ତ ପୋଲିସ ଛାଉଣୀ ଦେଖିବାକୁ ମିଳୁଛି ନା ତାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଏପରିକି ନବୀନ ବାବୁଙ୍କ ପାଇଁ ଆଉ ଟ୍ରାଫିକକୁ ମଧ୍ୟ ନିୟନ୍ତ୍ରଣ କରାଯାଉନି । ସେ ମଧ୍ୟ ସାଧାରଣ ଲୋକଙ୍କ ଭଳି ଟ୍ରାଫିକରେ ଛିଡା ହୋଇ ଗ୍ରୀନ ସିଗନାଲକୁ ଅପେକ୍ଷା କରୁଛନ୍ତି । ଯାହାର ଏକ ଦୃଶ୍ୟ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ବୁଧବାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରୁ ଫେରିବା ସମୟରେ ସଚ୍ଚିବାଳୟ ନିକଟରେ ନବୀନଙ୍କୁ ଟାଫିକରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ସେ ମଧ୍ୟ ଅନ୍ୟ ମାନଙ୍କ ପରି ଟ୍ରାଫିକ୍ ସିଗନାଲକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏ ସମୟରେ ବି ତାଙ୍କ ମୁହଁରେ ହସ ଥିଲା । ଯିଏ କେବେ ବି କାହାକୁ ଅପେକ୍ଷା କରିନଥିଲେ ଆଜି ସେ ସାଧାରଣ ଜନତାଙ୍କ ପରି ଟ୍ରାଫିକ ନିୟମ ପାଳନ କରି ଛିଡା ହୋଇଥିଲେ । ଯେଉଁଥିରୁ ନବୀନ ବାବୁଙ୍କ ପ୍ରତି ସାଧାରଣ ଜନତାଙ୍କ ସମ୍ମାନ ଆହୁରି ଦ୍ୱିଗୁଣିତ ହୋଇଯାଇଛି । ଲୋକଙ୍କ ପ୍ରତି ନବୀନଙ୍କ ଯେଉଁ ଭଲପାଇବା ରହିଛି ତାହା ଏହିଥିରୁ ହିଁ ବାରି ହୋଇପଡୁଛି ।

author

Related Articles

Leave a Reply

Your email address will not be published. Required fields are marked *