୨୫ ବର୍ଷ ପରେ ଏକାଠି କାମ କରିବେ ସଲମାନ-କରନ

୨୫ ବର୍ଷ ପରେ ଏକାଠି କାମ କରିବେ ସଲମାନ-କରନ

ଭୁବନେଶ୍ୱର:

ବଲିଉଡର ଆଗଧାଡିର ନିର୍ଦ୍ଦେଶକ କରନ ଜୋହରଙ୍କ ଫିଲ୍ମି ‘ କୁଛ କୁଛ ହୋତା ହୈ’ ୧୯୯୮ ମସିହାରେ ଆସିଥିଲା | ଏହି ଫିଲ୍ମିରେ ବଲିଉଡର ଦବଙ୍ଗ ସଲମାନ ଖାନ ଅତିଥି କଳାକାର ଭୂମିକାରେ ନଜର ଆସିଥିଲେ | ସେବେଠାରୁ କରନ ଓ ସଲମାନ ଏକାଠି କାମ କରିନାହାନ୍ତି | ୨୫ ବର୍ଷ ପରେ ପୁଣି ଥାଏ ଏକାଠି ଏହି ଯୋଡି କାମ କରିବେ ବୋଲି ଜଣାପଡିଛି | କରନ ଗତବର୍ଷ ଅକ୍ଟୋବରରେ ତାଙ୍କର ଏକ ଆଗାମୀ ଫିଲ୍ମି ପାଇଁ ସଲମାନଙ୍କୁ ଯୋଗାଯୋଗ କରିଥିଲେ | ଫିଲ୍ମିର ପିତା ଓ ପୁତ୍ର ଉପରେ କେନ୍ଦ୍ରଭୂତ ଥିଲା | କରନ ଏ ବାବଦରେ ଦୁଇଥର ସଲମାନଙ୍କୁ ଭେଟି ସାରିଥିଲେ ମଧ୍ୟ ସଲମାନ ଏଭଳି ଫ୍ୟାମିଲି ଡ୍ରାମା ପାଇଁ ଇଛୁକ ନଥିବା କଥା କହିଥିଲେ | ଚଳିତବର୍ଷ ଜାନୁଆରୀରେ ପୁଣି ଠାରେ କରନ ‘ଶେରଶାହା’ର ନିର୍ଦ୍ଦେଶକ ବିଷ୍ଣୁବର୍ଦ୍ଧନଙ୍କ ସହ ଅନ୍ୟ ଏକ ଫିଲ୍ମି ନେଇ ସଲମାନଙ୍କ ପାଖରେ ପହଞ୍ଚିଥିଲେ | ତେବେ ସଲମାନ ଏହି ପ୍ରୋଜେକ୍ଟ ପାଇଁ ରାଜିଥିବା ଜଣାପଡିଛି | ଏହା ଏକ ଆକ୍ସନ ଫିମି ହେବ | ୨୦୨୪ ଇଦ ଅବସରରେ ଏହା ରିଲିଜ ହେବ ବୋଲି କୁହାଯାଉଛି | ତେବେ ଆସନ୍ତା ନଭେମ୍ବର ମାସରୁ ଏହାର ସୁଟିଂ ଆରମ୍ଭ ହେବ | ସଲମାନ ଏବେ ତାଙ୍କ ଫିଲ୍ମି ‘ଟାଇଗର-୩’ ପାଇଁ ବ୍ୟସ୍ତ ଅଛନ୍ତି | ଏଠାରେ ପ୍ରକାଶ ଥାଉ କି, ସଲମାନଙ୍କ ଫିଲ୍ମି ‘କିସି କା ଭାଇ କିସି କା ଜାନ’ ଇଦ ଅବସରରେ ରିଲିଜ ହୋଇ ଭଲ ବ୍ୟବସାୟ କରିଥିଲେ ମଧ୍ୟ ତାହା ଆଶାନୁରୂପ ନ ଥିଲା |

author

Related Articles

Leave a Reply

Your email address will not be published. Required fields are marked *