୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ

୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ

ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ +୨ ରେଜଲ୍ଟ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ଆସିବ । ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ପରୀକ୍ଷା ଜାରି ରହିଥିଲା www.orissaresults.nic.inରେ ରେଜଲ୍ଟ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ସେମାନଙ୍କର HS School e-space ଓ Digilockerରୁ ମଧ୍ୟ ଫଳାଫଳ ପାଇପାରିବେ । ତେବେ ୨୬ ତାରିଖ ସନ୍ଧ୍ୟାରେ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ସିଏଚଏସଇ ପକ୍ଷରୁ ପରୀକ୍ଷା ଫଳ ବାହାରିବା ନେଇ ସୂଚନା ମିଳିଛି । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟରେ ମୋଟ ୩ଲକ୍ଷ ୮୪ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଗତବର୍ଷ ତୁଳନାରେ ୨୬ ହଜାର ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *