୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୫ବର୍ଷ

୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଲା ୧୫ବର୍ଷ

ଆଜି ୨୬ ତାରିଖ ନଭେମ୍ବର ମାସ ମୁମ୍ବାଇରେ ଘଟିଥିବା ଆକ୍ରମଣକୁ ପୁରିଛି ୧୫ବର୍ଷ । ୨୦୦୮ ମସିହାରେ ଏହି ଆକ୍ରମଣ ଘଟିଥିଲା । ଏହି ଅଅକ୍ରମଣକୁ ୧୫ବର୍ଷ ପୁରିଥିବା ବେଳେ ଠିକ ଆଜିର ଦିନରେ ଆତଙ୍କବାଦୀ ମାନେ ଜଳପଥରେ ଆସି ମୁମ୍ବାଇରେ ପଶିବା ପରେ ମୃତ୍ୟୁର ତାଣ୍ଡବ ରଚିଥିଲେ । ଅନେକ ଲୋକ ଏହି ମୃତ୍ୟୁର ତାଣ୍ଡବରେ ନିଜ ପ୍ରାଣ ହରାଇଥିଲେ । ନଭେମ୍ବର ୨୬ ମୁମ୍ବାଇ ଆକ୍ରମଣରେ ସହିଦ ଯବାନ ଓ ନାଗରିକଙ୍କୁ ମନେ ପକାଉଛି ସାରା ଦେଶ । ମୁମ୍ବାଇ ଆକ୍ରମଣକୁ ଚାହିଁକି ମଧ୍ୟ କୌଣସି ଭାରତୀୟ ଭୁଲି ପାରିବେ ନାହିଁ । ଆତଙ୍କବାଦୀଙ୍କ ଆକ୍ରମଣରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୩ଶହରୁ ଅଧିକ ଆହତ ହୋଇଥିଲେ । ଆତଙ୍କବାଦୀ ପ୍ରଥମେ ଶିବାଜୀ ଟର୍ମିନାଲ ପରେ ମାୟାନଗରୀର ବିଭିନ୍ନ ସ୍ଥାନରେ ଆଖିବୁଜା ଗୁଳିମାଡ କରି ବ୍ୟାପକ ଧନଜୀବନ ହାନି କରି ଆତଙ୍କ ଖେଳାଇ ଦେଇଥିଲେ । ହେଲେ ଏବେ ୧୫ ବର୍ଷ ପରେ ମୁମ୍ବାଇର ସୁର କ୍ଷା ବ୍ୟବସ୍ଥା ସୁଦୃଢ ହୋଇଛି । ଏବେ କୈାଣସି ଆତଙ୍କବାଦୀ ମାୟାନଗରୀ ଉପରେ ଆକ୍ରମଣ କରିବାକୁ ହେଲେ ଶହେ ଥର ଚିନ୍ତା କରିବ । ମୁମ୍ବାଇ ସହର ସାରା ସିସିଟିଭି କ୍ୟାମେରା ଲଗାଯାଇଛି । ସନ୍ଦିଗ୍ଧ ଗତିବିଧି ଦେଖିଲେ କୁଇକ୍ ରେସପନ୍ସ ଟିମ ଘଟଣାସ୍ଥଳରେ ପହଂଚିଯାଉଛି । ସମୁଦ୍ର ପଥରେ ସୁରକ୍ଷାକୁ କଡାକଡି କରାଯାଇଛି । ଏହାଛଡା ଗୁଏନ୍ଦା ବିଭାଗକୁ ଆହୁରି ଶକ୍ତିଶାଳୀ ହୋଇଛି । ତେଣୁ ବର୍ତ୍ତମାନ ସ୍ଥିତିରେ ମୁମ୍ବାଇ ଉପରେ ଆକ୍ରମଣ କରିବା କୌଣସି ଆତଙ୍କବାଦୀ ସଙ୍ଗଠନ ପକ୍ଷେ ସମ୍ଭବ ନୁହେଁ ।

author

Related Articles

Leave a Reply

Your email address will not be published. Required fields are marked *