୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ

୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ

୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ । ପ୍ରତିଷ୍ଠା ଦିବସକୁ ନେଇ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନ । ରାଜ୍ୟବ୍ୟାପୀ ଗଣଦୌଡ, ସଭା, ରକ୍ତଦାନ, ବୃକ୍ଷରୋପଣ କାର‌୍ୟ୍ୟକ୍ରମ । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମନ ବନ୍ଦରରେ ଯାଏ ବିଶାଳ ସାଇକେଲ ଶୋଭାଯାତ୍ରା ହେଉଛି ।


ଦଳର ମନ୍ତ୍ରୀ, ସାଂସଦ, ନେତା ଓ କର୍ମୀ ମାନେ ଏହି ସାଇକେଲ ଶୋଭାଯାତ୍ରାରେ ସାମିଲ ହେବେ । କଟକ ଆନନ୍ଦଭବନରୁ ସାଇକେଲ ଶୋଭାଯାତ୍ରା ବାହାରି ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ନିକଟରେ ପହଁଚିବାର କାର୍ଯ୍ୟକ୍ରମ ରହିଛି । ଦଳର ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ମେଗା ରକ୍ତଦାନ ଶିବିରର ଅୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଫରେଷ୍ଟ ପାର୍କ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ଦଳୀୟ କାର‌୍ୟ୍ୟକ୍ରମରେ ଯୋଗଦେଇ ନେତା ଓ କର୍ମୀ ମାନଙ୍କୁ ସମ୍ବୋଧନ କରିବା ସହ ନବୀନ ଓଡ଼ିଶା ଗଠନ ନେଇ ଶପଥ ପାଠ କରାଇବେ ।

author

Related Articles

Leave a Reply

Your email address will not be published. Required fields are marked *