୨୮ରେ କମ୍ପିବ ଓଡିଶା

୨୮ରେ କମ୍ପିବ ଓଡିଶା

ରାଜ୍ୟରେ ନିର୍ବାଚନର ବିଗୁଲ ବାଜି ସାରିବା ପରେ ଏବେ ଜୋରଦାର ହେଉଛି ପ୍ରଚାର । ଆଉ ଏହାକୁ ଆହୁରି ରୋଚକ କରିବା ପାଇଁ ଏବେ ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା । ପ୍ରଥମେ ରାଜ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନୀ ରଣକ୍ଷେତ୍ରକୁ ଓହ୍ଲାଇଥିବା ବେଳେ ପରେ ପରେ ବିଜେପିର ପ୍ରଚାର ଆରମ୍ଭ କରିଥିଲେ କେନ୍ଦ୍ରଗୃହମନ୍ତ୍ରୀ ଅମିତ୍ ଶାହା । ଆଉ ଏବେ ନିଜ ଦଳୀୟ କର୍ମୀଙ୍କ ପାଇଁ ଭୋଟ ମାଗିବାକୁ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୨୮ ତାରିଖରେ ସେ ରାଜ୍ୟରେ ଭୋଟ ନିବେଦନ କରିବାକୁ ଆସୁଛନ୍ତି । ନଡ୍‌ଡା ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ନିଜର ଶକ୍ତିପ୍ରଦର୍ଶନ କରିବେ ବୋଲି ସୂଚନା ମିଳିଛି । ସେପଟେ ସବୁଥିରେ ପଛରେ ରହିଥିବା କଂଗ୍ରେସ ବି ଦଳର ଶୀର୍ଷ ନେତୃତ୍ୱଙ୍କୁ ନେଇ ପ୍ରଚାର ମୈଦାନକୁ ସରଗରମ କରିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି । ଏଥିପାଇଁ କଂଗ୍ରେସର ହାଇ ପ୍ରୋଫାଇଲ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲି ଓଡିଶାରେ ପ୍ରଚାର କରିବାକୁ ଆସୁଛନ୍ତି । ରାହୁଲ ଗାନ୍ଧି କଟକର ସାଲେପୁରରୁ ନିଜର ପ୍ରଚାର ଆରମ୍ଭ କରିବା ସହ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ମିଳିଛି । ତେବେ ଗୋଟିଏ ଦିନରେ ଉଭୟ ଦଳର ଶୀର୍ଷ ନେତୃତ୍ୱ ମୈଦାନରେ ଆମ୍ନାସାମ୍ନା ହେବା ସହ ଉଭୟଙ୍କ ପ୍ରଚାରରେ ସାରା ରାଜ୍ୟ କମ୍ପିବ ବୋଲି ଆଲୋଚନା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *