୪ ମାସ ପରେ ବି ବିଜେଡି ପାଇଁ ହାଇଲାଇଟ୍ ହେଉଛି ବିଜେପି !ଏବେ ବି ନବୀନଙ୍କ ବିନା କୌଣସି କାର୍ଯ୍ୟ କରୁନାହାନ୍ତି ମୋହନ !ମୁଖ୍ୟମନ୍ତ୍ରୀ ହୋଇ ବି କାହିଁକି ବାରମ୍ବାର ନବୀନଙ୍କ ନାଁ ଜପୁଛନ୍ତି ମୋହନ ?ମୋହନଙ୍କ ପାଇଁ ଏକମାତ୍ର ଭରସା ସାଜିଛନ୍ତି କି ବିଜେଡି ସୁପ୍ରିମୋ ?
ଏଭଳି କିଛି ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି । ଯେବେଠାରୁ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ସେବେଠାରୁ ସେ ପ୍ରତିଟି କଥାରେ ନବୀନଙ୍କ ପରାମର୍ଶ ଲୋଡୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅନେକ ସମୟରେ ମୋହନଙ୍କୁ ମଧ୍ୟ ସାମଲୋଚନାର ଶିକାର ହେବାକୁ ପଡିଛି । ଆଉ ଏବେ ତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିଟି ସଭାରେ ପ୍ରତିଟି କାର୍ଯ୍ୟକ୍ରମରେ ନବୀନଙ୍କ ନାଁ ନେଉଛନ୍ତିା ସତେ ଯେମିତି ନବୀନଙ୍କ ନାଁ ନନେଲେ ତାଙ୍କ ଭାଷଣ ଆରମ୍ଭ ହେଉନି । ତେବେ ପ୍ରଥମେ ପ୍ରଥମେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରୁଥିଲେ । ଆଉ ଏବେ ସେ ତାଙ୍କୁ ଟାର୍ଗେଟ କରିବାର ଗୋଟିଏ ବି ମଉକା ହାତ ଛଡା କରୁନାହାନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଆସନରେ ଥାଇ ନିଜେ ରାଜ୍ୟ ପାଇଁ କଣ କରୁଛନ୍ତି, ଲୋକଙ୍କ ସୁବିଧା ପାଇଁ କଣ କରୁଛନ୍ତି, ରାଜ୍ୟର ଉନ୍ନତି ପାଇଁ କଣ କରୁଛନ୍ତି ସେସବୁ ନକହି ଓଲଟା ୨୪ ବର୍ଷ ଧରି ବିଜେଡି କଣ କରିଛି କଣ ନାଇଁ, କେତେ ଦୁର୍ନୀତି କରିଛି, କିଏ କିଏ ଦୁର୍ନୀତି କରିଛନ୍ତି ତାର ଚିଠା ଦେଉଛନ୍ତିା ଯାହାକୁ ବିଭିନ୍ନ ମହଲରେ ଗ୍ରହଣ କରାଯାଉନାହିଁ । କାରଣ ୨୪ ବର୍ଷ ପରେ ସରକାର ବଦଳିଛି । ଏବଂ ବିଜେପି କ୍ଷମତାକୁ ଆସିଛି । କିନ୍ତୁ କ୍ଷମତା ହାତେଇବା ପରେ ବି ବିଜେପି ସେଇ ପୁରୁଣା ନୀତି ଆପଣାଉଛି । ବିଜେପି ନିଜ ସପକ୍ଷରେ କହି ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଅପେକ୍ଷା ବିଜେଡି ବିରୁଦ୍ଧରେ ଅଧିକ ପ୍ରଚାର ପ୍ରସାର କରୁଛନ୍ତି । ଏପରିକି ବାଛି ବାଛି ବିଜେଡି ନେତାଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କ ଗିରଫ ଦାବି ମଧ୍ୟ କରୁଛନ୍ତି । କିନ୍ତୁ କିଛି ବି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ଯାହାକୁ ନେଇ ବିଜେପିର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠୁଛି । ଅନ୍ୟପଟେ ଯେପରି ଗୁରୁ ସେପରି ଶିଷ୍ୟ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଥର ଶାସନ ଗାଦିରେ ବସିବା ପରେ ବି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଏବଂ କଂଗ୍ରେସ ବିରୁଦ୍ଧରେ ସବୁଆଡେ ପ୍ରଚାର କରୁଛନ୍ତି । ଆଉ ଏପଟେ ଶିଷ୍ୟ ମୋହନ ମାଝୀ ମଧ୍ୟ ସେହି ଦିଗରେ ଅଗ୍ରସର । ଆଉ ଏସବୁକୁ ଦୃଷ୍ଟିକୁ ନେଲେ ମୋହନ ସରକାର ପ୍ରସଙ୍ଗହୀନ ପାଲଟିଥିବା ବେଳେ ଏମାନଙ୍କ ପାଇଁ ନବୀନ ପଟ୍ଟନାୟକ ହିଁ ଏକମାତ୍ର ଭରସା ବୋଲି କୁହାଯାଉଛି । ତେବେ ଦେଖାଯାଉ ବିଜେପି ସରକାର କେବେ ବିଜେଡି ବିନା ଅଧିକ ଲୋକପ୍ରିୟ ହେଉଛନ୍ତି ଏବଂ ନବୀନଙ୍କ ଅପେକ୍ଷା ଲୋକେ ମୋହନଙ୍କୁ ଖୋଜୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।