୫ଲକ୍ଷର ଆଇସକ୍ରିମ

୫ଲକ୍ଷର ଆଇସକ୍ରିମ

ଖରାଦିନେ ଆଇସକ୍ରିମ ଖାଇବାକୁ ସମସ୍ତେ ଭଲ ପାଇଥାଆନ୍ତି | ଯେଉଁଥିପାଇଁ ଖରାଦିନେ ଆଇସକ୍ରିମ ଦାମ ବଢିଥାଏ, କିନ୍ତୁ ଗୋଟିଏ ଆଇସକ୍ରିମର ଦାମ ୧୦୦ରୁ ଆରମ୍ଭ ହୋଇ ଅତିବେଶୀରେ ୫୦୦ ତାଙ୍କ ହୋଇପାରିବ | ହେଲେ ଲକ୍ଷାଧିକ ତାଙ୍କର ଆଇସକ୍ରିମ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାର ଲାଗିଛି | ଜାପାନର ଗୋଟିଏ | କମ୍ପାନୀର ମିଳୁଥିବା ଆଇସକ୍ରିମର ଦାମ ୫.୨ ଲକ୍ଷ ଟଙ୍କା | ଏହି ଆଇସକ୍ରିମ ମୂଲ୍ୟ ଏକ କାର ମୂଲ୍ୟ ସହ ସମାନ | ସୋସିଆଲ ମିଡିଆରେ ଆଇସକ୍ରିମଟି ବର୍ତ୍ତମାନ ଭାଇରଲ ହେବାର ଲାଗିଛି | ଏହା ବିଭିନ୍ନ ପ୍ରକାରର ଦୁର୍ଲଭ ସାମଗ୍ରୀରୁ ପ୍ରସ୍ତୁତ ହେଉଥିବାରୁ ଏହାର ଦାମ ଏତେ ବୋଲି ନିର୍ମାଣକାରୀ ସଂସ୍ଥା ମତ ଦେଇଛି | ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡର ସୂଚନା ଅନୁସାରେ ଏଥିରେ ଇଟିଲିରେ ମିଳୁଥିବା ଦୁର୍ଲଭ ଧଳା ଫୁଲର ପ୍ରସ୍ତୁତ ହେଉଛି | ଏହି ଫୁଲର ମୂଲ୍ୟ ଢେର ଅଧିକ | ଏହାଛଡା ଅନ୍ୟ ଦାମୀ ସାମଗ୍ରୀ ମଧ୍ୟ ଏଥିରେ ବ୍ୟବହାର ହେଉଛି, ଯେଉଁ କାରଣରୁ ଏହାର ଦାମ ଏତେ ରଖାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *