୫୦ ଦିନ ପରେ ବି ଖାଁ ଖାଁ କଂଗ୍ରେସ ଭବନ, ଦିଗହରା କଂଗ୍ରେସ ନେତା !

୫୦ ଦିନ ପରେ ବି ଖାଁ ଖାଁ କଂଗ୍ରେସ ଭବନ, ଦିଗହରା କଂଗ୍ରେସ ନେତା !

୫୦ ଦିନ ପରେ ବି ଖାଁ ଖାଁ କଂଗ୍ରେସ ଭବନ । କେବେ ରାଜ୍ୟ କଂଗ୍ରେସକୁ ମିଳିବ ମୁଖିଆ । ହଁ ଆଜ୍ଞା, ରାଜ୍ୟ କଂଗ୍ରେସ କମିଟି ଭାଙ୍ଗିବାର ୫୦ ଦିନ ବିତିଗଲାଣି । କିନ୍ତୁ ଏବେବି କଂଗ୍ରେସ ଭବନ ମୁଖିଆ ହୀନ । ଦଳର ମୁଖିଆ ନଥିବାରୁ ରାଜ୍ୟ କଂଗ୍ରେସ ଦିଗହରା ହୋଇପଡିଥିବା କୁହାଯାଉଛି । କଂଗ୍ରେସ କାଯ୍ୟାଳୟ ଖାଁ ଖାଁ ହୋଇପଡିଥିବା ବେଳେ ନେତାମାନେ ଯିଏ ଯାହା ଇଚ୍ଛା ତାହା କରୁଛନ୍ତି । ତେବେ କଂଗ୍ରେସର ଏପରି ପରିସ୍ଥିତି ଆଗରୁ କେବେ ବି ଦେଖିବାକୁ ମିଳିନି । ଦଳ କ୍ଷମତାରେ ନଥିଲେ ବି କଂଗ୍ରେସ ଭବନରେ ସବୁବେଳେ ଗହଳି ଲାଗି ରହୁଥିଲା । କିନ୍ତୁ ନିବାଚନ ପରେ ଦଳର ସ୍ଥିତି ବିଗିଡିବାରେ ଲାଗିଛି । ଏଆଇସିସିର ଦୁଇ ପଯ୍ୟବେକ୍ଷକଙ୍କୁ ଓଡିଶାର ଦାୟିତ୍ୱ ଦିଆଯାଇଥିଲେ ବି ସେମାନେ କଂଗ୍ରେସ ଭବନ ଆସୁଥିବାର ଦେଖିବାକୁ ମିଳୁନି । ସେମାନେ ଆସି ନେତାଙ୍କୁ ଜଣ ଜଣ କରି ଭେଟିବେ ବୋଲି ଓଡିଶା ନେତା କହୁଥିଲେ । ସେମାନଙ୍କ ରିପୋର୍ଟ ଏବଂ ପୂବରୁ ବିଧାୟକମାନଙ୍କ ନିକଟରୁ ନିଆଯାଇଥିବା ମତାମତକୁ ତର୍ଜମା କରି ଏଆଇସିସି ନିଷ୍ପତ୍ତି ନେବେ ବୋଲି କଂଗ୍ରେସ ନେତା କହୁଥିଲେ । କିନ୍ତୁ ସେମାନେ କେବେ ଆସିବେ କେବେ ତର୍ଜମା ରିପୋର୍ଟ ଦେବେ ତାହା ବି ଜଣାପଡୁନି । ଅନ୍ୟପଟେ ବିଧାନସଭାରେ ଦଳ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରୁଛି । ବିଜେଡିଠାରୁ ଭଲ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ବିଧାନସଭା ବାହାରେ ସେପରି ଦୃଶ୍ୟ ଦେଖିବାକୁ ମିଳୁନି । ବାହାରେ ବିରୋଧୀ ଭାବେ ବିଜେଡି ଆଗରେ କଂଗ୍ରେସ ଫିକା ପଡୁଥିବା କୁହାଯାଉଛି । ଏବଂ ଏହାର କାରଣ କଂଗ୍ରେସ ମୁଖିଆ ହୀନ ବୋଲି ଦର୍ଶାଯାଉଛି । ତେବେ ଦେଖାଯାଉ କେବେ ଏଆଇସିସି ଓଡିଶା କଂଗ୍ରେସ ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ରାଜ୍ୟ କଂଗ୍ରେସର ନେତୃତ୍ୱ ନେଉଛନ୍‌ତି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *