୫୬ତମ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ହେବେ ଭଜନଲାଲ ଶର୍ମା

୫୬ତମ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ହେବେ ଭଜନଲାଲ ଶର୍ମା

ଆଜିଠୁ ରାଜସ୍ଥାନରେ ଆରମ୍ଭ ହେବ ଭଜନ ରାଜ୍ । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ଆଜି ନିଜ ୫୬ତମ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଛତିଶଗଡ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାର ଫର୍ମୁଲା ଲାଗୁ ହୋଇଛି । ଦୀୟା ସିଂହ ଏବଂ ପ୍ରେମଚାନ୍ଦ ବୈରୱା ରାଜସ୍ଥାନର ନୂଆ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ଆଜି ରାଜ୍ୟପାଳ କାଲରାଜ ମିଶ୍ରା ୩ ଜଣଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ।

author

Related Articles

Leave a Reply

Your email address will not be published. Required fields are marked *