୭ବର୍ଷ ପରେ ଭାରତକୁ ଆସିଛନ୍ତି ପଡୋଶୀ ପାକିସ୍ତାନ ଟିମ୍‌, ଗେରୁଆ ଗାମୁଛା ଦେଇ ସ୍ୱାଗତ କରାଗଲା

୭ବର୍ଷ ପରେ ଭାରତକୁ ଆସିଛନ୍ତି ପଡୋଶୀ ପାକିସ୍ତାନ ଟିମ୍‌,  ଗେରୁଆ ଗାମୁଛା ଦେଇ ସ୍ୱାଗତ କରାଗଲା

ଆଉ ମାତ୍ର କିଛି ଦିନ ପରେ ଦିନିକିଆ କ୍ରିକେଟ ବିଶ୍ୱକପ ଆରମ୍ଭ ହୋଇଯିବ । ଏଥିପାଇଁ ବିଭିନ୍ନ ଟିମ ଭାରତରେ ପହଂଚି ସାରିଛନ୍ତି । ତେବେ ସବୁଠାରୁ ରୋଚକଭରା ଥିଲା ପାକିସ୍ତାନ ଦଳର ଆଗମନ । ପାକିସ୍ତାନ ଟିମ ହାଇଦ୍ରାବାଦରେ ପହଂଚିସାରିଛନ୍ତି । ପାକିସ୍ତାନୀ ଖେଳାଳିଙ୍କୁ ହାଇଦ୍ରାବାଦର ରାଜୀବ ଗାନ୍ଧି ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହା ସଜହ ଗେରୁଆ ଗାମୁା ଦେଇ ହୋଟଲକୁ ନିମନ୍ତ୍ରଣ କରାଗଲା । ପାକିସ୍ତାନ ଟିମକୁ ଦେଖିବାକୁ କ୍ରିକେଟ ଫ୍ୟାନ୍ସଙ୍କର ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସୂଚନାନୁସାରେ ବିଗତ ୭ବର୍ଷ ପରେ ପାକିସ୍ତାନ ଟିମ୍ କ୍ରିକେଟ୍ ଖେଳିବାକୁ ଭାରତକୁ ଆସିଛନ୍ତି । ଏହାପୂର୍ବରୁ ୨୦୧୨-୧୩ରେ ପାକିସ୍ତାନ ଟିମ୍ ଭାରତ ଗସ୍ତରେ ଆସି କ୍ରିକେଟ ଖେଳିଥିଲା । ଭାରତ ପାକିସ୍ତାନ ନିଜର ଦ୍ୱିତୀୟ ତଥା ୧୯୯୨ ଠାରୁ ପ୍ରଥମ ଦିନିକିଆ ବିଶ୍ୱକପ ପାଇଁ ଲଢେଇ କରିବ । ଏଥିପାଇଁ ପାକିସ୍ତାନୀ ଟିମର ୩୩ଜଣିଆ ସଦସ୍ୟ ଦୁବାଇ ଦେଇ ଭାରତରେ ଆସି ପହଂଚିଛନ୍ତି । ଦୁଇ ଦିନ ପୂର୍ବରୁ ଭାରତ ଗସ୍ତରେ ଆସିବାକୁ ପାକିସ୍ତାନ ଟିମକୁ ଭିସା ଦିଆଯାଇଥିଲା । ଏହା ସହ ହାଇଦ୍ରାବାଦରେ ପାକିସ୍ତାନୀ ଖେଳାଳି ମାନଙ୍କୁ ହାଇଦ୍ରାବାଦୀ ଚିକେନ ବିରିୟାନୀ ସହ ମଟନ ପରସା ଯାଇଛି । ତେବେ ପାକିସ୍ତାନ ସମେତ ବିଶ୍ୱକପ ଖେଳିବାକୁ ଆସିଥିବା କୌଣସି ବି ଦଳକୁ ବିଫ୍ ଖାଇବାକୁ ଦିଆଯିବନି । ପାକିସ୍ତାନ ଖେଳାଳିଙ୍କୁ ଡେଲି ପ୍ରୋଟିନ ସେବନରେ ଚିକେନ, ମଟମ, ମାଛ ପରସା ଯିବ । ଏହା ସହ ଗ୍ରୀଲ୍ଡ ଲ୍ୟାମ୍ପ ଚପ୍ସ, ମଟନ ତରକାରୀ , ବଟର ଚକେନ ଓ ଗ୍ରୀଲ୍ଡ ଫିସ ମଧ୍ୟ ସାମିଲ କରାଯାଇଛି । କାର୍ବୋହାଇଡ୍ରେଟ ପାଇଁ ପାକିସ୍ତାନ ଦଳକୁ ବଏଲ୍ଡ ରାଇସ, ବେଲୋଗନିଜ ସସ, ଶାକାହାରୀ ପଲଉ ଦିଆଯିବ । ବିଶ୍ୱକପର ଅସଲି ଲଢେଇ ପୂର୍ବରୁ ସେପ୍ଟେମ୍ବର ୨୯ରେ ପାକିସ୍ତାନ ନ୍ୟୁଜିଲାଣ୍ଡ ସହ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ । ଏହାପରେ ଅକ୍ଟୋବର ୩ ତାରିଖରେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ ଖେଳିବ ପାକ ଟିମ୍ । ଏହାପରେ ବିଶ୍ୱକପରେ ପାକିସ୍ତାନ ଅକ୍ଟୋବର ୬ ତାରିଖରେ ନେଦରଲ୍ୟାଣ୍ଡ ସହ ଫାଇଟ କରିବ । ୧୦ ତାରିଖରେ ଶ୍ରୀଲଙ୍କାକୁ ଭେଟିବ ଦଳ । ଏହାପରେ ଅକ୍ଟୋବର ୧୪ରେ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଟିମ୍ ଅହମଦାବାଦ ଯିବ । ତେବେ ଏହି ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ କିକ୍ରେଟ ଫ୍ୟାନ୍ସଙ୍କ ମନରେ ଉତ୍ସାହ ଭରି ରହିଛି ।
ରିର୍ପୋଟ- ଡିମ୍ପଲ ସ୍ୱାଇଁ

author

Related Articles

Leave a Reply

Your email address will not be published. Required fields are marked *