୭୦୦ କୋଟିର ଫିଲ୍ମି ‘ଆଦିପୁରୁଷ’ପ୍ରଭାସ ନେଇଛନ୍ତି ୧୫୦ କୋଟି

୭୦୦ କୋଟିର ଫିଲ୍ମି ‘ଆଦିପୁରୁଷ’ପ୍ରଭାସ ନେଇଛନ୍ତି ୧୫୦ କୋଟି

‘ରାମାୟଣ’ ପୃଷ୍ଠଭୂମିରେ ଆଧାରିତ ତଥା ସାଉଥ ସୁପରଷ୍ଟାର ପ୍ରଭାସ ଓ ବଲିଉଡ ନାୟିକା କ୍ରିତି ସାନନଙ୍କ ଫିଲ୍ମି ‘ଆଦିପୁରୁଷ’ ଏ ବର୍ଷର ବହୁ ପ୍ରତିକ୍ଷିତ ଫିଲ୍ମି ମଧ୍ୟରୁ ଗୋଟିଏ | ଦର୍ଶକ ରାମାୟଣର କାହାଣୀକୁ ବଡ ପରଦାରେ ଦେଖିବାକୁ ଖୁବ ଉତ୍ସାହିତ ଅଛନ୍ତି | କିଛିଦିନ ପୂର୍ବରୁ ଫିଲ୍ମିର ଟ୍ରେଲର ଜାରି କରାଯାଇଥିଲା | ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି | ତେବେ ଫିଲ୍ମିର କଳାକାରମାନଙ୍କ ପାଇଁ ଏହାର ବଜେଟ ବଢ଼ିଯାଇଥିବା କଥା ଏବେ ଚର୍ଚ୍ଚା ହେଉଛି | ତେବେ ପ୍ରଭାସ ଏହି ଫିଲ୍ମି ପାଇଁ ସବୁଠୁ ଅଧିକ ଟଙ୍କା ନେଇଛନ୍ତି | ପ୍ରଭାସ ଏଥିରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିବା ପାଇଁ, ୧୫୦ କୋଟି ଟଙ୍କା ନେଇଛନ୍ତି | ପ୍ରଭାସ ଏହାପୂର୍ବରୁ ‘ପ୍ରୋଜେକ୍ଟ-କେ ଓ ‘ସାଲାର’ ପାଇଁ ବି ବେଶ ମୋଟାଅଙ୍କର ଟଙ୍କା ନେଇଛନ୍ତି | ଏହି ଫିଲ୍ମିରେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ କ୍ରିତି ସାନନ ମଧ୍ୟ ତାଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି |

ସେ ଏହି ଫିଲ୍ମି ପାଇଁ ୩ କୋଟି ନେଇଛନ୍ତି | ଲଙ୍କେଶ ଭୂମିକାରେ ଅଭିନୟ କରିଥିବା ସୈଫ ୧୨ କୋଟି ନେଇଛନ୍ତି | ଲୋକେ ପ୍ରଭାସଙ୍କ ଅପେକ୍ଷା ସୈଫଙ୍କୁ ରାବଣଙ୍କ ଭୂମିକାରେ ଦେଖିବାକୁ ଉତ୍ସାହିତ ଅଛନ୍ତି | ଯଦିଓ ଟ୍ରେଲରର ଆରମ୍ଭରେ କିଛି ସେକେଣ୍ଡ ଏବଂ ଶେଷ କିଛି ସେକେଣ୍ଡ ପାଇଁ ସୈଫଙ୍କ ଚରିତ୍ରକୁ ଦେଖିବାକୁ ମିଳିଛି, କିନ୍ତୁ ଏହା ଲୋକଙ୍କ ମନରେ ଗଭୀର ପ୍ରଭାବ ପକାଇଛି | ଏନେଇ ତାଙ୍କ ପ୍ରତି ପ୍ରଶଂସାରେ ସୁଅ ଲୁଟିଛି | ସେହିଭଳି ସନ୍ନି ସିଂ, ଲକ୍ଷ୍ମଣ ଭୂମିକାରେ ଅଭିନୟ କରିବା ପାଇଁ ଦେଢ଼ କୋଟି ନେଇଛନ୍ତି | ଖାସ ସେଥିପାଇଁ ‘ଆଦିପୁରୁଷ’ର ବଜେଟ ୭୦୦ କୋଟିରେ ପହଞ୍ଚିଛି | ତେବେ ଶ୍ରୀରାମ ଭୂମିକା ପାଇଁ ପ୍ରଭାସ ଫିଲ୍ମି ନିର୍ମାତାଙ୍କ ପ୍ରଥମ ପସନ୍ଦ ନ ଥିଲେ | ପ୍ରଥମେ ଏହି ଦୋୖଡରେ ରାମଚରଣ, ଅଲ୍ଲୁ ଅର୍ଜୁନ ଓ ମହେଶବାବୁ ଥିଲେ | କିନ୍ତୁ ଏହି କଳାକାରମାନଙ୍କ ଡେଟକୁ ନେଇ ସମସ୍ୟା ଦେଖାଯିବାରୁ ଶେଷରେ ପ୍ରଭାସଙ୍କ ପାଖକୁ ଏହି ଅଫର ଆସିଥିଲା | ଓମ ରାଉତଙ୍କ ନିର୍ଦ୍ଦେଶିତ ଓ ଟି-ସିରିଜ ବ୍ୟାନରରେ ନିର୍ମିତ ‘ଆଦିପୁରୁଷ’ ଜୁନ ୧୬ରେ ରିଲିଜ ହେବ |

author

Related Articles

Leave a Reply

Your email address will not be published. Required fields are marked *