୭୧ ଲକ୍ଷ ୟୁଜରଙ୍କୁ ବ୍ୟାନ କଲା WhatsApp

୭୧ ଲକ୍ଷ ୟୁଜରଙ୍କୁ ବ୍ୟାନ କଲା WhatsApp

୭୧ ଲକ୍ଷ ୟୁଜରଙ୍କୁ ବ୍ୟାନ କଲା WhatsApp। ସୋସିଆଲ ମିଡିଆ ପ୍ଲାର୍ଟଫର୍ମରେ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟାବହାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ମେସେଜିଂ ଆପ୍ WhatsApp । ଭାରତରେ ୭୧ ଲକ୍ଷରୁ ଅଧିକ ବ୍ୟବହାରକାରୀଙ୍କୁ ବ୍ୟାନ କରିଛି କମ୍ପାନୀ । ଯଦି ଆଗକୁ ନିୟମ ଉଲ୍ଲଙ୍ଘନ ହୁଏ, ତେବେ ଏହିପରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି WhatsApp ଚେତାବନୀ ଦେଇଛି । ମେଟା ମାଲିକାନା ହ୍ୱାଟ୍ସଆପ୍ ପ୍ରକାଶ କରିଛି ଯେ, ଅପବ୍ୟବହାରକୁ ରୋକିବା ଏବଂ ପ୍ଲାଟଫର୍ମର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏପ୍ରିଲ୍ ୧, ୨୦୨୪ରୁ ଏପ୍ରିଲ୍ ୩୦, ୨୦୨୪ ଗୋଟିଏ ମାସ ମଧ୍ୟରେ ପ୍ରାୟ ୭୧,୮୨,୦୦୦ ଲକ୍ଷ ଭାରତୀୟ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଛି।
ଏଥିମଧ୍ୟରୁ ୧୩,୦୨,୦୦୦ ଆକାଉଣ୍ଟକୁ ୟୁଜରଙ୍କ ପକ୍ଷରୁ କୌଣସି ରିପୋର୍ଟ ଆସିବା ପୂର୍ବରୁ ବ୍ୟାନ୍ କରାଯାଇଛି। ଅପବ୍ୟବହାରକାରୀଙ୍କୁ ରୋକିବା ପାଇଁ ଏହା ହ୍ୱାଟ୍ସଆପର ବ୍ୟାପକ ରଣନୀତିର ଏକ ଅଂଶ। ଏପରି ସନ୍ଦେହଜନକ ଆକାଉଣ୍ଟକୁ ଚିହ୍ନଟ କରିବା ପାଇଁ ଉଚ୍ଚମାନର ଟେକ୍ନୋନୋଜିର ବ୍ୟବହାର କରାଯାଉଥିବା କମ୍ପାନୀ କହିଛି।

author

Related Articles

Leave a Reply

Your email address will not be published. Required fields are marked *