୭୮ବର୍ଷରେ ନବୀନ ପଟ୍ଟନାୟକ, ଏବେ ବି ଅଟକିନି ବିକାଶର ରଥ

୭୮ବର୍ଷରେ ନବୀନ ପଟ୍ଟନାୟକ, ଏବେ ବି ଅଟକିନି ବିକାଶର ରଥ

୭୮ବର୍ଷରେ ପାଦ ଥାପିିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ସାରାଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ଓଡିଶାବାସୀଙ୍କ ବିକାଶ ପାଇଁ । ୧୯୯୭ରେ ବିଜୁ ବାବୁଙ୍କ ପୁଅଭାବେ ରାଜ୍ୟ ରାଜନୀତିରେ ପାଦ ଦେଇଥିଲେ ନବୀନବାବୁ । ଦେବା ପରଠୁ ସଫଳତାର ଗୋଟେ ପରେ ଗୋଟେ ପାହାଚ ଚଢିଚାଲିଛନ୍ତି । ୨୦୦୦ମସିହାରୁ ଲଗାତାର ୫ଥର ମୁଖ୍ୟମନ୍ତ୍ରୀ ହେବାର ରେର୍କଡ କରିଛନ୍ତି ନବୀନ ପଟ୍ଟନାୟକ । ୧୯୯୯ ମହାବାତ୍ୟା ସମୟରେ ଓଡିଶାକୁ ବିପର୍ଯ୍ୟୟରୁ ବିକାଶ ଆଣିବାରେ ସଫଳ ହୋଇ ଓଡିଶାର ଗୌରବ ବଢାଇଛନ୍ତି । ସଶକ୍ତ ଓଡିଶା ସମୃଦ୍ଧ ଓଡିଶା କରିବାରେ ତାଙ୍କ ଅବଦାନ ଅତୁଳନୀୟ । ରାଜ୍ୟରେ ଯୋଜନା ପରେ ଯୋଜନା କରି ରାଜ୍ୟବାସୀଙ୍କୁ ବିକଶିତ କରିବାର ଦୃଢ ନିଷ୍ପତ୍ତି ନେଇଛନ୍ତି ।

ମଶନଶକ୍ତି ମଧ୍ୟମରେ ଓଡିଶାର ଅନେକ ମହିଳାଙ୍କୁ ଆଜି ଆଗକୁ ବଢିବାରେ ପ୍ରୋତ୍ସାହନ ଦେଇଛନ୍ତି ନବୀନ ପଟ୍ଟନୟକ । ବାତ୍ୟା ବନ୍ୟା ଭଳି ବିପର୍ଯ୍ୟୟ ମୁକାବିଲାରେ ମଧ୍ୟ ଏକ ନମ୍ବରରେ ରହିଛି ଓଡିଶା ଏହା ସହ ମେକ ଈନ ଓଡିଶା କରି ଯୁବବର୍ଗଙ୍କୁ କର୍ମକ୍ଷେତ୍ରରେ ଅଗ୍ରଣୀ କରାଉଛନ୍ତି । ଦୀର୍ଘ ୧୨ବର୍ଷରେ ୩ଥର ଜନ୍ମଦିନ ପାଳନ କରିଥିବା ନବୀନ ଚଳିତ ବର୍ଷ ଭଉଣୀ ଗୀତା ମେହେଟ୍ଟାଙ୍କ ମୃତ୍ୟୁ ହୋଇଥିବା କାରଣରୁ ଜନ୍ମଦିନ ପାଳନ କରିବେନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଶୁଭେଚ୍ଛୁ ମାନଙ୍କୁ ନବୀନ ନିବାସ ନଆସିବାକୁ ଅନୁରୋଧ କରିଛନ୍ତି । ନବନଙ୍କ ଜନ୍ମଦିନରେ ବିଜେଡି ବିଧାୟକ ତଥା ଦଳୀୟ ନେତା ମାନେ ନିଜ ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *