୮୧ ବର୍ଷରେ ବିଗ ବି ଅମିତାଭ ବଚ୍ଚନ

୮୧ ବର୍ଷରେ ବିଗ ବି ଅମିତାଭ ବଚ୍ଚନ

ବଲିଉଡର ବିଗ ବି କୁହାଯାଉଥିବା ଷ୍ଟାର ଆଇକନ ଅମିତାଭ ବଚ୍ଚନଙ୍କର ଆଜି ହେଉଛି ଜନ୍ମଦିନ । ୮୧ ବର୍ଷରେ ପାଦ ଥାପିଛନ୍ତି ବିଗ ବି । ତାଙ୍କ ଜନ୍ମଦିନ ପାଳନ କରି ଶୁଭେଚ୍ଛା ଜଣାଇବାକୁ ତାଙ୍କ ଫ୍ୟାନ୍ସ ମାନେ ଜଲସା (ଅମିତାଭଙ୍କ ବାସଭବନ) ସମ୍ମୁଖରେ ଏକାଠି ହୋଇଥିଲେ ।ଫ୍ୟାନ୍ସଙ୍କ ଶୁଭେଚ୍ଛା ପାଇବା ପାଇଁ ବିଗ ବି ମଧ୍ୟ ନିଜ ବାସଭବନରୁ ବାହାରି ଆସିଥିଲେ । ରାତିରେ ବିଗ ବି ନିଜ ଫ୍ୟାନ୍ ଓ ପରିବାର ଲୋକଙ୍କ ସହ ଜନ୍ମଦିନ ସେଲିବ୍ରେସନ କରିଛନ୍ତି ।ହାତ ହଲାଇ ପ୍ରଶଂସକଙ୍କ ଉତ୍ସାହ ବଢାଇଥିଲେ ଅମିତାଭ ବଚ୍ଚନ । ଏହା ପରେ ବିଳମ୍ବିତ ରାତିରେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ‘ଆପଣମାନଙ୍କ ଆଶୀର୍ବାଦ ମୋର ସୌଭାଗ୍ୟ’ ।ବ୍ଲାକ୍ ଟ୍ରାକ୍ ପ୍ୟାଣ୍ଟ ସହ ପିଙ୍କ୍ ପ୍ରିଣ୍ଟର ହୁଡି ଓ ବେନି କ୍ୟାପ୍ ପିନ୍ଧି ଅମିତାଭ ବଚ୍ଚନ ନଜର ଆସିଥିଲେ । ସବୁଥର ଭଳି ସେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବାହାରକୁ ଆସିବା ବେଳେ ଜୋତା ପିନ୍ଧିନଥିଲେ । ନିକଟରେ ସେ ତାଙ୍କ ପୋଷ୍ଟରେ ଜଣାଇଛନ୍ତି ଯେ, ପ୍ରତି ରବିବାର ପ୍ରଶଂସକଙ୍କୁ ଭେଟିବା ସମୟରେ ସେ କାହିଁକି ଜୋତା ପିନ୍ଧନ୍ତି ନାହିଁ । ସେ କହିଛନ୍ତି ମନ୍ଦିରକୁ କେହି କଣ ଜୋତି ପିନ୍ଧି ଯାଆନ୍ତି କି । ପ୍ରଶଂସକମାନେ ମୋ ପାଇଁ ମନ୍ଦିର । ଏହି ନମ୍ର ସ୍ୱଭାବ ହିଁ ତାଙ୍କୁ ଆଜି ଜଣେ ବର୍ଷିଆନ କଳାକାର ଭାବେ ପରିଣତ କରିଛି । ସୂଚନାନୁସାରେ ସେ ଏକାଧାରରେ ଜଣେ ଆକ୍ଟର, ନିର୍ଦ୍ଦେଶକ, ଆକଂର, ସିଙ୍ଗର ଭାବେ ବଲିଉଡରେ ବେଶ ଜଣାଶୁଣା । ୧୯୪୨ ମସିହା ୧୧ ଅକ୍ଟୋବରରେ ଜନ୍ମଗ୍ରହଣ କରିଥିବା ଅମିତାଭ ଆଜି ଯାଏ ୧୯୨ଟି ଫିଲ୍ମରେ କଳାକାର ବାବେ ଦର୍ଶକଙ୍କ ମନକୁ ମୋହି ଆସୁଛନ୍ତି । ତାଙ୍କ ଜନ୍ମଦିନରେ ତାଙ୍କୁ ଚାରୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

author

Related Articles

Leave a Reply

Your email address will not be published. Required fields are marked *