୯ବଖରା ଘର ନିଆଁ ଲାଗି ଭସ୍ମିଭୂତ

୯ବଖରା ଘର ନିଆଁ ଲାଗି ଭସ୍ମିଭୂତ

ବାସୁଦେବପୁର || ପାରାଦ୍ଵୀପ

ବାସୁଦେବପୁର ଗ୍ରାମରେ ୬ପରିବାରର ୯ବଖରା ଘର ନିଆଁ ଲାଗି ଭସ୍ମିଭୂତ ବହୁ ଆସବାପତ୍ର ନଷ୍ଟ
ଆଜି ପ୍ରାୟ ସକାଳ ୭ ଘଟିକା ସମୟରେ ଏରସମା ବ୍ଲକ ଅନ୍ତର୍ଗତ ଜନକାଦେଇପୁର ପଞ୍ଚାୟତର ବାସୁଦେବପୁର ଗ୍ରାମରେ ୬ପରିବାରର ବଳରାମ ସ୍ବାଇଁ,ସଂଞ୍ଜୁତା ସ୍ବାଇଁ,ସରତ ସ୍ବାଇଁ, ସୁକାନ୍ତ ସ୍ବାଇଁ,ତପନ ସ୍ବାଇଁ ,ବିପନ ସ୍ବାଇଁଙ୍କ ୯ବଖରା ଘର ରୋଷେଇ ଚୁଲି ଦ୍ୱାରା ନିଆଁ ଲାଗି ଭସ୍ମିଭୂତ ବହୁ ଆସବାପତ୍ର ନଷ୍ଟ ହେବା ସହ ଚାଷ ହୋଇଥିବା ୫୦ରୁ୬୦ବସ୍ତା ଧନ ନଷ୍ଟ ହୋଇଯାଇଛି । ତେବେ ଏହାକୁ ଗ୍ରାମବାସିମାନେ ନିଆଁକୁ ଦେଖି ନିଆଁକୁ ଆୟତ କରିଥିଲେ ।

ତେବେ ଏହି ଖବର ପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ସକାଳୁ ସକାଳୁ ଏହି ଖବର ପାଇଁ ସରକାରୀ ବା ବେସରକାରୀ ଟିମମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା କିପରି ସରକାରୀ ସହାର୍ଯ୍ୟ ପାଇବେ ତାହା ନେଇ ଲାଗିପଡିଛନ୍ତି । ଏହି ଦୁଖଦ ଘଟଣାସ୍ଥଳରେ ଏରସମା-ବାଲିକୁଦା ଯୁବ ବିଜେଡ଼ି ସମାଜସେବୀ ଆଦିତ୍ୟ ନନ୍ଦ ଦାସ ଓ ଏରସମା ବାଲିକୁଦା ଯୁବ ବିଜେଡି ସଭାପଡି ପାର୍ଥସାରଥି ରାଉତ ଦୁଃଖ ପ୍ରକାଶ କରିଥିଲେ । ।

author

Related Articles

Leave a Reply

Your email address will not be published. Required fields are marked *